ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି।

ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ ଜାତୀୟ ରାରଜପଥର ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଗାଜଲବାଡ଼ି ଘାଟି ବୁଲାଣି ରାସ୍ତାରେ ଟ୍ରକ୍‌ଟି ବୁଲେଇ ନ ପାରି ସିଧା ଚାଲିଯାଇଥିଲା ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ଏବେ ଟ୍ରକ୍‌ଟି ଉକ୍ତ ବୁଲାଣି ରାସ୍ତାରେ ନା ଆଗକୁ ନା ପଛକୁ ହୋଇପାରୁଛି ଫଳରେ ଅଟକି ରହିଛି। ଉକ୍ତ ଘାଟି ରାସ୍ତାରେ ଏକାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଖବର ପାଇ ସୋରଡ଼ା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘାଟିରେ ଫସି ରହିଥିବା ଟ୍ରକ୍‌ଟିକୁ ହଟେଇବାକୁ ଚେଷ୍ଟା କରୁଛନ୍ତି।

ପ୍ରକାଶ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉଭୟ କନ୍ଧମାଳ ଓ ଗଞ୍ଜାମର ଘାଟି ରାସ୍ତା ଆରମ୍ଭ ପୂର୍ବରୁ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ବାରଣ କରାଯାଇ ସାଇନ୍‌ବୋର୍ଡରେ ଉଲ୍ଲେଖ କରାଯାଇଥିଲେ ସୁଦ୍ଧା ଭାରୀଯାନଗୁଡ଼ିକ ଅମାନିଆ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଥିପ୍ରତି ବିଭାଗ ଦ୍ୱାରା କଟକଣା ବୃଦ୍ଧି କରାଯାଉ କିମ୍ବା ଶୀଘ୍ର ରାଜପଥ ସମ୍ପ୍ରସାରଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ବାରମ୍ବାର ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ନୀରବ ରହୁଛି। ଆଗାମୀ ଦିନରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ସୋରଡ଼ା ବିଧାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଇଛି। କେନ୍ଦ୍ର ସରକାର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ। କନ୍ଧମାଳ ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ଘାଟି ଉପରେ ରାଇପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ବିପଦପୂର୍ଣ୍ଣ ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣରେ ବିଳମ୍ବ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖବର ଲେଖ।ହେବା ସୁଦ୍ଧା ଘାଟିରେ ଗାଡ଼ିଗୁଡିକ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri