Advertisement

ଶୋଇଥିବା ବେଳେ ଘରୁ ଟାଣି ମହିଳାଙ୍କୁ ମାରିଦେଲା ଦନ୍ତା ହାତୀ

ଦେବଗଡ,୧୮ା୩( ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ବୁଢ଼ାପାଳ ଅଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତି ଘର ଭିତରେ ପଶି ଆକ୍ରମଣ କରିଛି ଦନ୍ତାହାତୀ। ଘର ଭିତରୁ ଟାଣି ଆଣି ମହିଳାଙ୍କୁ ଦନ୍ତାହାତୀ ଦଳିଦେଇଛି। ଫଳରେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ସ୍ଵାମୀ ଓ ଦୁଇ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖବର ମୁତାବକ ସୋମବାର ରାତି ତିଲେଇପୋଷି ଗ୍ରାମର ବେହେରା ସାହିରେ ସନ୍ଧ୍ୟା ୭ ଟା’ରେ ଏକ ଦନ୍ତା ହାତୀ ପଶି ଦୁଇଟା ଘୋର ଭାଙ୍ଗି ଦେଇଥିବା ଓ ଧାନ ଖାଇ ଦେଇଥିବା ବେଳେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମାନେ ହାତୀଟିକୁ ଘୋଡାଇ ଦେଇଥିଲେ। କିନ୍ତୁ ପରେ ରାତି ୨ ଟା ସମୟରେ ପୁଣି ଦନ୍ତା ହାତୀଟି ଆସି ପାଖ ମହରା ସାହିରେ ପୂଜା ମହାରା ଘୋରକୁ ପଶି ଶୋଇ ଥିବା ଅବସ୍ଥାରେ ଘରୁ ଟାଣି ଆଣି ମାରି ଦେଇଥିବା ଜଣାପଡିଛି।

ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ, ବନ ବିଭାଗ କର୍ମଚାରୀ ଆସି ତଦନ୍ତ କରୁଥିବା ଜଣାପଡିଛି। ଏଭଳି ଘଟଣା ଜିଲାରେ ନିତିଦିନିଆ ଦେଖା ଯାଉଛି କିନ୍ତୁ ବନ ବିଭାଗର ଦାୟିତ୍ଵହିନତା ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ବୁଦ୍ଧିଜୀବି ମୋହଲରେ ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share