ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ, ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ମାନସିକ ସ୍ଥିତି ଉପରେ ପଡୁଛି ବିପରୀତ ପ୍ରଭାବ…

ନୂଆଦିଲ୍ଲୀ,୧୪।୮: ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ବିପରୀତ ପ୍ରଭାବ ପଡୁଛି। ସୁପ୍ରିମ୍‌କୋଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଏକ ଆବେଦନ ଦିଲ୍ଲୀର ଜଣେ ୧୭ ବର୍ଷ ବୟସ୍କ ଦ୍ୱାଦଶ ଶ୍ରେଣୀ ଛାତ୍ର କରିଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ସ୍କୁଲ୍‌ ଖୋଲିବା ଲାଗି କୋର୍ଟ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକ ସିଫ୍ଟ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି। ଅମର ପ୍ରେମ୍‌ ପ୍ରକାଶ ନାମକ ଏହି ଛାତ୍ର ଜଣକ ଆବେଦନରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରତିବାଦୀ ଭାବେ ଦର୍ଶାଇଛନ୍ତି। ଅଫ୍‌ ଲାଇନ୍‌ କ୍ଲାସ୍‌ ନ ହେବାରୁ ଛାତ୍ରୀଛାତ୍ରମାନେ ସମାନତା ଅଧିକାର ସହିତ ଜୀବନରେ ଅନିବାର୍ଯ୍ୟ ମୌଳିକ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଥିବା ସେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଦ୍ୱାରା ଛାତ୍ରୀଛାତ୍ରଙ୍କର ଅଶେଷ କ୍ଷତି ହୋଇଥିବା ସେ କହିଛନ୍ତି।

Share