ପାରିବାରିକ ଗଣ୍ଡଗୋଳ, ଅଢେଇ ବର୍ଷର ଝିଅର ହାତ କଟିଲା

ଖଇରା,୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ପାଇକପଡା ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ପୀଉସାଙ୍କ ଭୁଜାଲି ଆକ୍ରମଣରେ ଝିଆରୀ ଦୀପାଳି(୨ବର୍ଷ ୬ମାସ)ର ଡାହାଣ ହାତ କଟିଯାଇଛି। ସେହିଭଳି ଦୀପାଳିଙ୍କୁ କାଖେଇଥିବା ତାଙ୍କ ବାପାଙ୍କ ମଧ୍ୟ ହାତ ପାପୁଲି କଟିଯାଇଛି। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଖଇରା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।