ମସ୍କୋର ଏକ ବିଲ୍ଡିଂରେ ଖସିପଡ଼ିଲା ୟୁକ୍ରେନ ଡ୍ରୋନ୍‌

ମସ୍କୋ,୧୮ା୮: ରୁଷିଆର ରାଜଧାନୀ ମସ୍କୋର ମେୟର କହିଛନ୍ତି, କେନ୍ଦ୍ରୀୟ ମସ୍କୋରେ ଆକାଶ ମାର୍ଗରୁ ୟୁକ୍ରେନ୍‌ ଡ୍ରୋନ୍‌ ମାଡ଼ କରିଥିଲା। ଏନେଇ ରାଜଧାନୀର ସମସ୍ତ ବେସାମରିକ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ଶୁକ୍ରବାର ମସ୍କୋରେ ଥିବା ଏକ ବିଲ୍ଡିଂରେ ୟୁକ୍ରେନ ଡ୍ରୋନ୍‌ଟି ଖସିପଡ଼ିଥିଲା। ଏହି ଖବର ଜଣାପଡ଼ିବା ପରେ ‘ମସ୍କୋ ସିଟିରେ ଡ୍ରୋନ୍‌ ଧ୍ୱଂସ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ଜଗି ରହିଛନ୍ତି।

ଏହି ଅଞ୍ଚଳର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେ ପ୍ରଥମେ ଏକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିଥିଲେ। ଫଟୋରେ ଦେଖାଯାଇଛି ଏକ ଅଣ-ଆବାସିକ କୋଠାରେ ଡ୍ରୋନ୍‌ଟି ଖସିପଡ଼ିଥିଲା। ନଷ୍ଟ ହୋଇଥିବା ଛାତକୁ ଶ୍ରମିକ ଏବଂ ଜରୁରୀକାଳିନ କର୍ମଚାରୀମାନେ ଯାଞ୍ଚ କରୁଛନ୍ତି।

ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମସ୍କୋ ମେୟର କହିଛନ୍ତି, ବାୟୁ ପ୍ରତିରକ୍ଷା ଏକ ଡ୍ରୋନକୁ ନଷ୍ଟ କରିବା ପରେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଯାହାକି ଶୁକ୍ରବାର ମସ୍କୋର ଏକ୍ସପୋ ସେଣ୍ଟର କମ୍ପ୍ଲେକ୍ସର ଏକ ଅଣ-ଆବାସିକ କୋଠା ଉପରେ ପଡ଼ିଥିଲା।

Share