ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ହିନ୍ଦୁ-ମୁସଲିମ ଭାଇଚାରାକୁ ଅଧିକ କ୍ଷତାକ୍ତ କରୁଛି। ଅନ୍ୟପକ୍ଷେ ପଡ଼ୋଶୀ ବଙ୍ଗଳା ଦେଶରେ ମଧ୍ୟ ହିନ୍ଦୁ ମନ୍ଦିର, ପୂଜକଙ୍କ ପ୍ରତି ହେଉଥିବା ଆକ୍ରମଣ ଚିନ୍ତାର କାରଣ ସାଜିଛି। ଏହାକୁ ପ୍ରତିହତ କରି ଏବେବି ଓଡ଼ିଶାର ଅନେକ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସମୟରେ ମା’ଙ୍କ ପ୍ରତିମୂର୍ତ୍ତୀ ଗୁଡ଼ିକ ମୁସଳମାନ କାରିଗର ମାନେ ତିଆରି କରୁଥିବା ବେଳେ ଅନେକ ପୂଜା କମିଟିର ସଭାପତି ଦାୟିତ୍ୱ ମୁସଲିମ ମାନେ ହିଁ ମୁଣ୍ଡାଇଛନ୍ତି। ସେହିପରି ଏକ ହିନ୍ଦୁ-ମୁସଲିମ ଭାଇଚାରାର ଭିନ୍ନ ଏକ ନିଦର୍ଶନ ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଞ୍ଚାୟତ ଦଳଦଳି ଗାଁରେ ଦେଖୁବାକୁ ମିଳିଛି। ଗ୍ରାମରେ ନାମଯଜ୍ଞ ଚାଳିଛି। ଏଥିରେ ମୁଖ୍ୟ ପୁରୋଧା ଫିରୋଜ ଖାନ ରହିଛନ୍ତି। ଫିରୋଜ ପାର୍ବଣ ସମୟରେ ହୋଟେଲ ବନ୍ଦ ରଖିଥାନ୍ତି । ତାଙ୍କ କହିବା ଅନୁସାରେ, ପୂର୍ବ ପୁରୁଷମାନଙ୍କ ଅମଳରୁ ଏହି ନାମଯଜ୍ଞ ଚାଲି ଆସୁଛି । ସେମାନେ ମଧ୍ୟ ଯଜ୍ଞରେ ସାମିଲ ହେଉଥିଲେ । ତେଣୁ ମୁଁ କିପରି ଯଜ୍ଞ ଆଯୋଜନ ସମୟରେ ହୋଟେଲ ଖୋଲି ଆମିଷ ବିକ୍ରି କରିବି ବୋଲି କହିଥିଲେ। ଗାଁରେ ମାତ୍ର ୨ଟି ପରିବାର ମୁସଲମାନ ଥାଇ ମଧ୍ୟ ସେମାନେ କଣଠେସା ହୋଇ ନାହାନ୍ତି । ସମସ୍ତ ହିନ୍ଦୁ ପର୍ବପର୍ବାଣିରେ ଆଗଧାଡ଼ିରେ ଛିଡ଼ା ହୋଇ ରହିଛନ୍ତି । ସମସ୍ତ ହିନ୍ଦୁ ପରିବାର ତାଙ୍କୁ କୋଳେଇ ନେଉଛନ୍ତି । ହିନ୍ଦୁ-ମୁସଲିମକୁ ନେଇ ଅନେକ ହିଂସା,ଦଙ୍ଗା ରୀତିମତ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ନୂଆପଡ଼ା ଜିଲାର ଏହି ଛୋଟିଆ ଗାଁରେ ବିଭିନ୍ନତା ମଧ୍ୟରେ ଏକତା ସମାଜକୁ ଭିନ୍ନ
ନିମନ୍ତ୍ରଣ କରିଥାନ୍ତି । ତାଙ୍କ ନିମନ୍ତ୍ରଣ ରକ୍ଷା କରି ଅନେକ ବ୍ୟକ୍ତି ଯଜ୍ଞରେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

ସ୍ତନ ସ୍ପର୍ଶ ଉଦ୍ୟମ ବଳାତ୍କାର ନୁହେଁ : କୋଲକାତା ହାଇକୋର୍ଟ

କୋଲକାତା,୨୭ା୪: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁଯାୟୀ, ପୀଡ଼ିତାଙ୍କ ସ୍ତନ ସ୍ପର୍ଶ କରିବା ଉଦ୍ୟମ ବଳାତ୍କାର ନୁହେଁ ବରଂ ଗମ୍ଭୀର ଯୌନ ଉତ୍ପୀଡ଼ନ...

ଜମ୍ମୁ-କାଶ୍ମୀର ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଛାତ୍ର, ଅବସରପ୍ରାପ୍ତ ଶିକ୍ଷକ, ଓକିଲ ସମେତ ୧୯ ଗିରଫ

ନୂଆଦିଲ୍ଲୀ,୨୭ା୪: ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଉତ୍ତର-ପୂର୍ବାଞ୍ଚଳର ତିନୋଟି ରାଜ୍ୟରେ ଅତି କମରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣରେ...

ଅବ୍ୟବସ୍ଥାରେ ଚାଲିଛି ଗଞ୍ଜାମ ବାଳିକା ବିଦ୍ୟାଳୟ: ଶ୍ରେଣୀଗୃହ ନାହିଁ, ୪ କୋଠରିରେ ପଢୁଛନ୍ତି ୩୮୫ଛାତ୍ରୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କରଣ ସାହି ଷ୍ଟେସନ ରୋଡ଼ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି। ୪୬ ବର୍ଷର ଏହି ପୁରାତନ ବିଦ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image