କେନ୍ଦୁଝର,୮।୩(ସ୍ବ.ପ୍ର.): ବୁଧବାର ସବୁଆଡେ ବିଭିନ୍ନ ରଙ୍ଗ ଓ ଅଭିର ଲଗାଇବା ସହ ନାଚଗୀତ ଆସରରେ ଲୋକେ ହୋଲି ପାଳନ କରିଛନ୍ତି। ଇତିମଧ୍ୟରେ କେନ୍ଦୁଝର ସହର ନିକଟ ଗୁମୁରା ଗ୍ରାମରେ ଏକ ନିଆରା ହୋଲି ଖେଳ ହୋଇଥିବା ଦେଖିବାକୁ ମିଳିଛି। ଯୁବକ ଯୁବତୀମାନେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନିଆରା ଢଙ୍ଗରେ ହୋଲି ଖେଳିଛନ୍ତି। ରଙ୍ଗ ବଦଳରେ ପାଣି ଓ କାଦୁଅ ଫିଙ୍ଗି ନାଚଗୀତ କରି ରଙ୍ଗର ପର୍ବ ହୋଲି ମନାଇଛନ୍ତି। ଦୀର୍ଘ ବହୁ ବର୍ଷ ହେଲା ରଙ୍ଗ ବଦଳରେ ଏଠାରେ ଏଭଳି କାଦୁଅ ଲଗାଇ ହୋଲି ପାଳନ କରାଯାଉଥିଲା। ଆଜିକାଲି କେମିକାଲ ହୋଲି ରଙ୍ଗ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହେଉଥିବା ବେଳେ ମାଟିରେ ପାଣିଢ଼ାଳି କାଦୁଅକରି ଏଭଳି ଖେଳ ସ୍ବାସ୍ଥ୍ୟପକ୍ଷେ ହିତକାରକ ବୋଲି ସେମାନେ ମନେକରନ୍ତି। ଏଣୁ ମା’ମାଟିକୁ ଦେହରେ ଓ ମୁଣ୍ଡରେ ମାରି ସୋମନେ ହୋଲି ମନାଇଥାନ୍ତି ବୋଲି ସସ୍ମିତା ମୁଣ୍ଡା କହିଛନ୍ତି।