Categories: ଖେଳ

ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପଡ଼ିଆରେ ନିଆରା ଦୃଶ୍ୟ: ପଟୋ ଉଠାଇଲେ ଅଷ୍ଟ୍ରେଲିଆ ଅଧିନାୟିକା

ମୁମ୍ବାଇ,୨୪।୧୨: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚତୁର୍ଥ ଦିନରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ଇତିହାସ ରଚିବା ପରେ ପଡ଼ିରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲୀୟ ଅଧିନାୟିକା ଆଲିସା ହେଲି କ୍ୟାମେରାରେ ଟିମ ଇଣ୍ଡିଆର ଐତିହାସିକ ବିଜୟକୁ କଏଦ୍‌ କରୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ଖେଳାଳିମାନେ ସିରିଜ ଜିତିବା ପରେ ଟ୍ରଫି ସହିତ ସେଲିବ୍ରେଶନ କରୁଥିଲେ, ସେହି ସମୟରେ ଆଲିସା ହେଲି କ୍ୟାମେରାରେ ଐତିହାସିକ ମୂହୁର୍ତ୍ତଗୁଡ଼ିକୁ କଏଦ କରିଥିଲେ।
ଏକ ଭିଡିଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ଶେୟାର କରାଯାଇଥିଲା। ଏହି ଭିଡିଓରେ ଟିମ ଇଣ୍ଡିଆ ଖେଳାଳିମାନେ ଟ୍ରଫି ସହିତ ସେଲିବ୍ରେଶନ କରୁଛନ୍ତି। ହେଲି କ୍ୟାମେରାରେ ଫଟୋ ଉଠାଉଛନ୍ତି।

Share