Categories: ଫୁରସତ

ନିଆରା ଗାଁ

ପୃଥିବୀରେ ଏମିତି ଅନେକ ଗାଁ ଅଛି ଯାହା ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ବେଶ୍‌ ପରିଚିତ ହୋଇଥାଏ। କେଉଁ ଗାଁ ତା’ର ସ୍ବତନ୍ତ୍ର ପରମ୍ପରା ପାଇଁ ତ କେଉଁ ଗାଁ ରହୁଥିବା ଅଜବ ଲୋକଙ୍କ ପାଇଁ ଭିନ୍ନ ହୋଇଥାଏ। ତେବେ ଆମେ ଏଠାରେ ଯେଉଁ ଗଁା କଥା କହୁଛୁ ତାହା ବି ସ୍ବତନ୍ତ୍ର। କାରଣ ଏଠାକାର ଅଧିବାସୀଙ୍କ ଘର ଏକ ଲମ୍ବା ରାସ୍ତାର ଦୁଇ ପାର୍ଶ୍ୱରେ ଅଛି। ଏଠାରେ ସମସ୍ତେ ବେଶ୍‌ ପାଖାପାଖି ରୁହନ୍ତି। କାହାରି ଘର ଦୂରରେ ନାହିଁ। ରାସ୍ତାର ଦୁଇ ପାର୍ଶ୍ୱରେ ଲଗାଲଗି ହୋଇ ଅଛି। ଆଉ ଏହି ଘରଗୁଡିକ ପଛପଟେ ରହିଛି ସବୁଜ କ୍ଷେତ। ଉକ୍ତ ଗାଁଟି ହେଉଛି ପୋଲାଣ୍ଡର ‘ସୁଲୋସଜୋଓ୍ବା’। ଏହି ଗାଁରେ ପ୍ରାୟ ୬୦୦୦ ଲୋକ ବସବାସ କରନ୍ତି। ଉକ୍ତ ଗାଁର ବିଶେଷତ୍ୱ ହେଉଛି ଏଠାକାର ସୁବିସ୍ତୀର୍ଣ୍ଣ କ୍ଷେତ ମଝିରେ ଏକ ୯ କି.ମି. ଲମ୍ବର ରାସ୍ତା ଯାଇଛି। ଆଉ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ହିଁ ଗାଁର ସବୁ ଘର ଲଗାଲଗି ହୋଇ ଅଛି। ଗୋଟିଏ ବି ଘର ଅନ୍ୟ କେଉଁ ସ୍ଥାନରେ ନାହିଁ। ଆକାଶ ମାର୍ଗରୁ ଦେଖିଲେ ରାସ୍ତାଟି ଏକ ସରୁ ଡାଳ ପରି ଓ ଦୁଇ ପାର୍ଶ୍ୱରେ ଥିବା ଘରଗୁଡ଼ିକ ସେହି ଡାଳରେ ଅଙ୍ଗୁର ପରି ଝୁଲି ରହିଥିବା ଭଳି ଲାଗେ।

Share