ନୂଆଦିଲ୍ଲୀ,୧।୯: ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନସରକୁ ରୋକିବା ପାଇଁ ଖୁବ୍ଶୀଘ୍ର ଭାରତର ପ୍ରଥମ ସ୍ବଦେଶୀ ଟିକା ଉପଲବ୍ଧ ହେବାକୁ ଯାଉଛି। ଏନେଇ ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ସେରମ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଅଦାର ପୁନାଓ୍ବାଲା ଗୁରୁବାର ଘୋଷଣା କରିଛନ୍ତି। ଖୁବଶୀଘ୍ର ଟିକା ବଜାରରେ ଉପଲବ୍ଧ ହେବ। ଏହି ଟିକା ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ହେଲେ ଟିକାର ପ୍ରତି ଡୋଜର ମୂଲ୍ୟ ନିର୍ଦ୍ଧାରିତ ହୋଇ ନ ଥିବା ବେଳେ ଏହା ୨ ଶହରୁ ୪ଶହ ପର୍ଯ୍ୟନ୍ତ ଦର ନେଇ ନିର୍ଦ୍ଧାରିତ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡାନ୍ତ ହେବ ବୋଲି ପୁନାଓ୍ବାଲା କହିଛନ୍ତି।