ଗଞ୍ଜେଇ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ମାଲକାନଗିରି,୨୦।୧:(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ଗାଡ଼ି ଦୁର୍ଘଟଣା ଘଟି ସେଥିରେ ନିଆଁ ଲାଗିଯାଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଗାଡିଟି ମାଲକାନଗିରରୁ ଆସି ଛତିଶଗଡ଼କୁ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ଗଛ ରେ ପିଟି ହୋଇଥିଲା । ପରେ ସେଥିରୁ ଦୁଇଜଣ ବାହାରି ଗାଡିରେ ନିଆଁ ଲଗାଇ ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ଦମକଳ ବାହିନୀଙ୍କ ଯାଞ୍ଚ ସମୟରେ ଗାଡ଼ିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।