ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି ଗଛକୁ ଘରେ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ବନ୍ଧୁତାରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ କରାଯାଏ। ଭାଗ୍ୟ ଓ ଧନକୁ ସ୍ବାଗତ କରୁଥିବା ଏହି ଗଛକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମୁଖ୍ୟଦ୍ୱାର ପାଖରେ ଏହାକୁ ରଖିଲେ, ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ଏହା ରୋକିଥାଏ। ମୁଖ୍ୟଦ୍ୱାର ବ୍ୟତିତ ଏହାକୁ ଘରର ହଲ୍‌ କିମ୍ବା ଡ୍ରଇଂ ରୁମ୍‌ର ଦକ୍ଷିଣ-ପୂର୍ବ ଦିଗ ଏପରିକି ଲିଭିଂ ରୁମ୍‌ର ଝରକା ପାଖରେ ବି ରଖିପାରିବେ। ଧ୍ୟାନ ଦେବେ ଏହି ଗଛକୁ ମଝିରେ ମଝିରେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖିବେ। କାରଣ ଏହି ଗଛ ଉପରେ ଆଲୋକ ପଡିଲେ, ଏହା ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରି ଘରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ। ତା’ସହିତ ପରିବାରର ସଦସ୍ୟଙ୍କ ଭିତରେ ଉତ୍ସାହ ଓ ଆତ୍ମବିଶ୍ୱାସ ମଧ୍ୟ ଭରି ଦେଇଥାଏ। ଯେହେତୁ ଏହି ଗଛର ସମ୍ପର୍କ ଧନ ସହିତ ରହିଛି ତେଣୁ ଏହାକୁ କେବେ ବି ଅନ୍ଧାରୁଆ ତଥା ଅପରିଷ୍କାର ସ୍ଥାନରେ ରଖିବେ ନାହିଁ। ବେଡ୍‌ରୁମ୍‌ରେ ମଧ୍ୟ ଏହାକୁ ରଖିବା ଶୁଭପ୍ରଦ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତା’ସହିତ ଏହି ଗଛକୁ କେବେ ବି ୩ ଫୁଟରୁ ଅଧିକ ବଢିବାକୁ ଦେବା ବି ଠିକ୍‌ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri