ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା

ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍‌, ଲ୍ୟାଣ୍ଡମାଇନ୍‌, ଗ୍ରେନେଡ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଦେଖିବାକୁ ପାଇଛନ୍ତି। ୧୯୫୦ କୋରିଆ ଯୁଦ୍ଧରେ ଏହି ସମସ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଉପକରଣଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରି ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି, ହ୍ବାସଙ୍ଗ ଅଞ୍ଚଳରେ ଥିବା ଗୃହ ନିର୍ମାଣ ସ୍ଥାନରୁ ମିଳିଥିବା ବିସ୍ଫୋରକ ସାମଗ୍ରୀରେ କଳଙ୍କି ଲାଗିଯାଇଛି। କିନ୍ତୁ ଯେକୌଣସି ସମୟରେ ବିସ୍ଫୋରଣ ହେବାର ସମ୍ଭାବନା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ବୋମା ନିଷ୍କ୍ରିୟକାରୀ ଦଳ ଏହି ସମସ୍ତ ବୋମାକୁ ନଷ୍ଟ କରିଦେଇଛନ୍ତି।

Share