ଭୁବନେଶ୍ୱର,୮।୮(ବ୍ୟୁରୋ): ଲଗାଣ ବର୍ଷାରେ ସୋମବାର ରାଜଧାନୀରେ ପୁଣି ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଇସ୍କନ ମନ୍ଦିର ସାମ୍ନାରେ ପାଣି ଲହଡ଼ି ଭାଙ୍ଗୁଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଗାଡ଼ି ଫଶି ରହିଥିବା ଦେଖିବାକୁ ମିଳିଥିଲା। ମଝି ରାସ୍ତାରେ ଓଏସ୍ଆର୍ଟିସି ବସ ମଧ୍ୟ ଅଟକି ରହିଥିଲା । ଏହା ସହ ସହରର ବିଭିନ୍ନ ସ୍ତାନରେ ଜଳାର୍ଣ୍ଣବ ପରିସ୍ଥିତି ଦେଖାଦେଇଥିଲା । ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଅସରାଏ ବର୍ଷାରେ ଅନେକ ସମୟରେ ସ୍ମାର୍ଟ ସିଟିରେ ଏଭଳି ଦୃଶ୍ୟ କିଛି ନୂଆ କଥା ନୁହେଁ।