Posted inଫୁରସତ

ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ

ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି। ଗାଁର ନାଁ ପରିବାରର ମୁଖ୍ୟ ବାସଲ୍ୟାଙ୍କ ନାମରେ ମଧ୍ୟ ଜଣାଶୁଣା।

ବାସ୍ତବରେ ଏହା ଖାର୍ଗୋନ ଜିଲାର ଭଗବାନପୁର ତହସିଲର ଦଓ୍ବୋଡା ଗାଁର ବାସାଲ୍ୟା ଫାଲିଆ। ଯେଉଁଠି ଗୋଟିଏ ପରିବାରର ୯୦ ଜଣ ସଦସ୍ୟ ବାସ କରୁଛନ୍ତି। ବାସଲ୍ୟାଙ୍କ ପରିବାରରେ ୫ ପୁଅ ଏବଂ ୬ ଭାଇଙ୍କ ସମେତ ମୋଟ ୍‌ ୯୦ ଜଣ ସଦସ୍ୟ ଅଛନ୍ତି। ଏହି ପରିବାରରେ ୪୪ ପୁରୁଷ ଏବଂ ୪୬ ମହିଳା ସଦସ୍ୟ ଅଛନ୍ତି।

କୁହାଯାଏ, ଆଦିବାସୀ ସମ୍ପ୍ରଦାୟର ନାଗରିକଙ୍କ ମଧ୍ୟରେ ଏହା ଏକ ପରମ୍ପରା ହୋଇଆସୁଛି ଯେ, ବିବାହ ପରେ ସେମାନେ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଅଲଗା ଘରେ ରୁହନ୍ତି। କିନ୍ତୁ ଅନେକ ଥର ରୋଷେଇ ଘର ଏବଂ କୃଷି ସାମୂହିକ ଭାବରେ କରନ୍ତି। ଏହି ପଟେଲ (ବ୍ରାହ୍ମଣ) ପରିବାରର ଏକାଠି ରହିବାର ସଂସ୍କୃତି ରହିଛି। ସମସ୍ତଙ୍କର ଅଲଗା ଘର ଏବଂ ରୋଷେଇ ଘର ଅଛି। କିଛି ଭାଇ ସାମୂହିକ ଭାବରେ କୃଷି କରନ୍ତି।

ବୋଧହୁଏ, ଏହି ପରିବାର ମଧ୍ୟ ସରକାରଙ୍କ ଯୋଜନାରୁ ସର୍ବାଧିକ ଲାଭ ପାଇ ରାଜ୍ୟର ପ୍ରଥମ ପରିବାର ହୋଇପାରିଛନ୍ତି। ୯୦ ଜଣ ସଦସ୍ୟଙ୍କ ଏହି ପରିବାରରେ ୧୭ ଜଣ ସଦସ୍ୟ ଅଛନ୍ତି ଯେଉଁମାନେ ସରକାରଙ୍କ ଯୋଜନାରୁ ମାସକୁ ୬୨ ହଜାର ଟଙ୍କା ଲାଭ ପାଉଛନ୍ତି। ଏହି ପରିବାରରେ ୧୨ ଜଣ ମହିଳା ଅଛନ୍ତି ଯେଉଁମାନେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ ଲାଡଲି ବହାନା ଯୋଜନାର ହିତାଧିକାରୀ ଅଟନ୍ତି।

ଏହା ସହିତ ୫ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଅଟନ୍ତି। କେବଳ ଏତିକି ନୁହେଁ, ଦେଜଲା-ଦଓ୍ବୋଡା ପୋଖରୀ ମଧ୍ୟ ଏହି ଗାଁ ନିକଟରେ ଅଛି। ଏକ କମିଟି ଗଠନ କରି ଏହି ପୋଖରୀରେ ମତ୍ସ୍ୟଚାଷ କରାଯାଏ। ଏଠାରେ ଏହି ପରିବାରର ୪୮ ଜଣ ସଦସ୍ୟ ମଧ୍ୟ ୧୦୪ ସଦସ୍ୟଙ୍କ କମିଟିରେ ଅନ୍ତର୍ଭୁକ୍ତ। ପୋଖରୀରୁ ଗୋଟିଏ ଋତୁରେ, ଏହି ସଦସ୍ୟମାନେ ୩୭୫୦୦ ଟଙ୍କା ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri