Posted inଫୁରସତ

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ ବହୁ ସଂଖ୍ୟକ ବୃଦ୍ଧ ବା ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି। ପୂର୍ବରୁ ଏହି ଗାଁର ଜନସଂଖ୍ୟା ୧୧୦୦ ଥିଲା। କିନ୍ତୁ ଲୋକମାନେ ଚାକିରି କରି ଏବେ ଗାଁ ବାହାରେ ବା ଦେଶ ବାହାରେ ରହୁଛନ୍ତି। ବର୍ତ୍ତମାନ ଏଠାରେ କେବଳ ୫୦୦ଲୋକ ବାସ କରନ୍ତି । କିନ୍ତୁ ଏହି ଗାଁ ସମଗ୍ର ଦେଶରେ ଏକ ଚମତ୍କାର ଉଦାହରଣ ପାଲଟିଛି। ଆସନ୍ତୁ ଗୁଜୁରାଟର ଏହି ଗାଁର କାହାଣୀ ଜାଣିବା।
ଗୁଜୁରାଟର ମେହସାନା ଜିଲାରେ ଏକ ଅନନ୍ୟ ଗ୍ରାମ ଚନ୍ଦନାକି ଅବସ୍ଥିତ। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ଗାଁରେ ଏକ କମ୍ୟୁନିଟି ରୋଷେଇ ଘର ଅଛି । ଏହିଠାରେ ସମଗ୍ର ଗାଁ ପାଇଁ ଖାଦ୍ୟ ରନ୍ଧାଯାଏ । ଗାଁର ଲୋକମାନେ ଖାଇବା ବାହାନାରେ ଏଠାରେ ଏକାଠି ହୁଅନ୍ତି। ପରସ୍ପର ସହିତ ସାକ୍ଷାତ କରନ୍ତି ଏବଂ କଥା ହୁଅନ୍ତି। ଏହି କମ୍ୟୁନିଟି ରୋଷେଇ ବୃଦ୍ଧମାନଙ୍କ ମଧ୍ୟରେ ଏକାକୀତାକୁ ଦୂର କରିବାରେ ବହୁତ ସାହାଯ୍ୟ କରିଛି।
ନିଯୁକ୍ତ ରୋଷେୟାମାନେ ଗ୍ରାମବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି। ସେମାନଙ୍କୁ ପ୍ରତି ମାସରେ ୧୧ହଜାର ଟଙ୍କା ଦରମା ଦିଆଯାଏ। ଗ୍ରାମବାସୀ ଖାଦ୍ୟ ବଦଳରେ ମାସିକ ଦୁଇ ହଜାର ଟଙ୍କା ଦିଅନ୍ତି। ଶୀତତାପ ନିୟନ୍ତ୍ରିତ ହଲରେ ଗ୍ରାମବାସୀଙ୍କୁ ଖାଦ୍ୟ ପରିବେଷଣ କରାଯାଏ। ଗ୍ରାମ ସରପଞ୍ଚ ପୁନମଭାଇ ପଟେଲଙ୍କ ଉଦ୍ୟମରେ ଏମିତି ଏକ ସାମୁହିକ ରୋଷେଇ ଘର ନିର୍ମାଣ କରାଯାଇଛି। ଏବେ ଲୋକମାନେ ଏହି ଗାଁର କମ୍ୟୁନିଟି ରୋଷେଇ ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।
କମ୍ୟୁନିଟି ରୋଷେଇ ଘରର ଏସି ହଲରେ ୩୫-୪୦ ଲୋକଙ୍କ ପାଇଁ ଏକାଠି ଖାଦ୍ୟ ଖାଇବା ପାଇଁ ଏକ ବ୍ୟବସ୍ଥା ଅଛି । ମଧ୍ୟାହ୍ନ ଭୋଜନରେ ଭାତ,ଡାଲି, ଚପାତି ବା ରୋଟି, ପନିପରିବା ତରକାରି ଏବଂ ମିଠା ଦିଆଯାଏ। ରାତିରେ ଖିଚିଡି-କଡି, ଭାକ୍ରି-ରୋଟି-ପନିପରିବା ତରକାରି, ମିଥୀ ଗୋଟା, ଧୋକଲା ଏବଂ ଇଡଲି-ସମ୍ବର ପାଇଁ ବ୍ୟବସ୍ଥା କରାଯାଇଛି। ଏହିି ଗାଁର ପ୍ରାୟ ୩୦୦ ପରିବାର ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ବସବାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା...

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ...

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି...

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ...

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri