ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ଘରେ କୁଞ୍ଜବନ କୁମୂରା(୪୫) ନିଜ ସ୍ତ୍ରୀ ୩ ଝିଅଏବଂ ଗୋଟେ ପୁଅକୁ ନେଇ ରହୁଥିଲେ। ଏହାକୁ ନେଇ ସୋମବାର କୁମୁରା ଆର୍ଥିକ ସହାୟତା ନିମନ୍ତେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ନିକଟକୁ ଯାଇ ନିଜ ଦସ୍ତାବେଜ ଦାଖଲ କରିଥିବା ଜଣାପଡିଛି।