ଖବର ପ୍ରକାଶ ପରେ ମୁକୁଳା ଟ୍ରାନ୍ସଫର୍ମର ଆଗରେ ନିର୍ମାଣ ହେଲା ପାଚେରି

ଗୋପବନ୍ଧୁ ନଗର,୨୪ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଆଗରେ ସୁରକ୍ଷା ପାଚେରି ନିର୍ମାଣ ହୋଇଛି। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଟ୍ରାନ୍ସଫର୍ମର ଆଗରେ କୌଣସି ସୁରକ୍ଷା ବାଡ଼ କିମ୍ବା ପାଚେରି ନ ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲା। ଟ୍ରାନ୍ସଫର୍ମରଟି ମୁକୁଳା ହୋଇ ପଡ଼ିଥିବା ବେଳେ ବ୍ଲକ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍‌ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିଲେ। ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଗେଟ୍‌ଠାରୁ ମାତ୍ର ୩/୪ ହାତ ଦୂରରେ ଥିଲା ଏହି ଟ୍ରାନ୍ସଫର୍ମର। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା।