ପୁରୀ ସମୁଦ୍ରରେ ବୁଲୁଛି ଯୁଦ୍ଧ ଜାହାଜ, ହାଇ ଆଲର୍ଟ!

ପୁରୀ,୧୧ା୮( ଅଜିତ୍‌ କୁମାର ମହାନ୍ତି): ଏୟାର ଶୋ’ ପରେ ଏବେ ପୁରୀରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭାଲ୍‌ ଡେ। ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ନୌସେନା ଦିବସ ଅନୁଷ୍ଠିତ ହେବ। ଏହାପୂର୍ବରୁ ନୌସେନା ମୁଖ୍ୟଙ୍କ ସହ ନୌସେନାର ଅଧିକାରୀମାନେ ଶନିବାର ପୁରୀ ଆସି ବେଳାଭୂମିରେ ହାଇଡ୍ରୋଗ୍ରାଫି ସର୍ଭେ କରିଥିବା ବେଳେ ବିସ୍ତୃତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ପୁରୀ ବେଳାଭୂମିର ଅନତି ଦୂର ସମୁଦ୍ର ମଧ୍ୟରେ ନୌସେନାର ୫ଟି ଯୁଦ୍ଧ ଜାହାଜକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ଖୁସିବ୍ୟକ୍ତ କରିଛନ୍ତି। ବିଶେଷକରି ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ନୌସେନା ଦିବସ ଖବର ଶୁଣି ପୁରୀବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ସାଧାରଣ ଲୋକମାନେ ସମୁଦ୍ରକୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳାକୌଶଳ ଦେଖି ଅଭିଜ୍ଞତା ହାସଲ କରିପାରିବେ।
ଶନିବାର ପୂର୍ବାହ୍ନରେ ପୁରୀ ବେଳାଭୂମିଠାରୁ ମାତ୍ର ୨୦୦ମିଟର ଦୂରରେ ନୌସେନାର ୫ଟି ଯୁଦ୍ଧ ଜାହାଜ ରହିଥିଲା। ଆଇଏନ୍‌ଏସ୍‌ ଜଳସ୍ବ, ଆଇଏନ୍‌ଏସ୍‌ କିଲଟନ୍‌, ଆଇଏନ୍‌ଏସ୍‌ ସୁମେଧା, ସରସ୍ବତୀ ଭଳି ଯୁଦ୍ଧ ଜାହାଜ ସମେତ ନୌସେନାର ଗୋଟିଏ ରେସ୍କ୍ୟୁ ଜାହାଜ ସମୁଦ୍ର ତଟରେ ସାମିଲ ହୋଇଥିଲା। ନୌସେନା ପକ୍ଷରୁ ୧୯୪୪ ମସିହାଠାରୁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ହେଉଛି। ପୂର୍ବରୁ ଏହି ସ୍ବତନ୍ତ୍ର ଦିବସ ବମ୍ବେ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରର ସମୁଦ୍ର କୂଳରେ ପାଳନ ହୋଇ ଆସୁଥିଲା। ତେବେ ଚଳିତ ବର୍ଷ ପୁରୀ ସମୁଦ୍ର ତଟରେ ଏହି ଦିବସ ପାଳନ କରିବାକୁ ନୌସେନା ନିଷ୍ପତ୍ତି ନେଇଛି। ଏଥିପାଇଁ ବହୁ ସଂଖ୍ୟାରେ ଜଳ ଜାହାଜ ପୁରୀ ଉପକୂଳକୁ ଆସିବ। ନୌସେନା ଦିବସ ପାଳନ ଅବସରରେ ଏହି ଜାହାଜ କଳା କୌଶଳ ପ୍ରଦର୍ଶନ କରିବ। ପୂର୍ବରୁ ପୁରୀ ଉପକୂଳରେ ବାୟୁସେନା ପକ୍ଷରୁ ଏୟାର ଶୋ’ ପ୍ରଦର୍ଶିତ ହୋଇ ସାରିଥିବାବେଳେ ଏବେ ନୌସେନା ତା’ର ବୀରତ୍ୱର କଳାକୌଶଳ ପ୍ରଦର୍ଶନ କରିବା ପାଇଁ ପୁରୀ ଉପକୂଳକୁ ମନୋନୀତ କରିଛି। ନୌସେନାର ମୁଖ୍ୟ ଆଡମିରାଲ୍‌ ଦିନେଶ୍‌ କେ. ତ୍ରିପାଠୀ ବ୍ଲୁ ଫ୍ଲାଗ୍‌ ବିଚ୍‌ ଯାଇ ଅଧିକାରୀଙ୍କ ସହ ନୌସେନା ଦିବସ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତେବେ ଆଗକୁ ଆହୁରି ନୌସେନା ଜାହାଜ ପୁରୀ ବେଳାଭୂମିକୁ ଆସିବାକୁ ଥିବାବେଳେ ନୌସେନା ଦିବସରେ ଚିତ୍ତାକର୍ଷକ ଶୋ’ ଦେଖିବାକୁ ମିଳିବ ବୋଲି ନୌସେନା ଅଧିକାରୀ କହିଛନ୍ତି। ଭାରତୀୟ ନୌସେନା ଅଧିକାରୀ ବୀରଜ ଚୌଧୁରୀ କହିଛନ୍ତି, ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ। ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ’ କରିବା ସହ ଯୁଦ୍ଧ ଯାହାଜ ବୋଟ୍‌ ଶୋ’ କରିବେ। ଶୋ’ ସହ କମାଣ୍ଡୋମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ। ସମୁଦ୍ରରେ କେତେ ଗଭୀରତା ରହିଛି, ଜାହାଜଗୁଡ଼ିକ ଆସିପାରିବ କି ନାହିଁ ସେନେଇ ଏବେ ଅନୁଧ୍ୟାନ କରାଯାଉଛି। ବେଳାଭୂମି ଏବଂ ସମୁଦ୍ରର ସ୍ଥିତି ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଅନେକ ଜାହାଜ ଆସିବ। ଭାରତୀୟ ନୌସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ତେବେ ପୁରୀ ବେଳାଭୂମିଠାରୁ କମ୍‌ ଦୂରରେ ଲାଗିଥିବା ୫ଟି ନୌସେନା ଜାହାଜକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ବେଶ୍‌ ଖୁସି ପ୍ରକଟ କରିଛନ୍ତି। ପ୍ରଥମଥର ଓଡ଼ିଶାର ଜଗନ୍ନାଥ ଧାମ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଥିବାରୁ ପର୍ଯ୍ୟଟକମାନେ ଖୁସି ଜାହିର କରିଛନ୍ତି। ପୁରୀରେ ନୌସେନା ଦିବସ ପାଳନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ନୌସେନା ଅଧିକାରୀ ତ୍ରିପାଠୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଭାରତୀୟ ନୌସେନାର ନେଭି ଡେ’ ପାଳନ କରାଯାଇଥାଏ। ତେବେ ଚଳିତଥର ପୁରୀ ବେଳାଭୂମିରେ ଏହାକୁ ପାଳନ କରାଯିବାକୁ ସ୍ଥିର ହୋଇଛି, ଯାହା ଏକ ଗର୍ବ ଓ ଖୁସିର ବିଷୟ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri