କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ

କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ ସ୍ଥାନୀୟ ଦୋକାନୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବର୍ଜନା ଗଦା ହେବା ସହ ସେଠାରେ ପାଣି ଜମି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଥି ଯୋଗୁ ସ୍ଥାନୀୟ ଲୋକେ ଡେଙ୍ଗୁ, ହଇଜା ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସୁନିଶ୍ଚିତ। ବର୍ଷା ଦିନରେ ଏହାର ସମସ୍ୟା ଆହୁରି ଦ୍ୱିଗୁଣିତ ହୋଇଯାଉଛି। ରାସ୍ତାରେ ପାଣି ଜମି କାଦୁଅ ପଚ ପଚ ହେଉଛି। ଫଳରେ ଯିବା ଆସିବାରେ ଅସୁବିଧା ହେଉଛି। ବ୍ୟବସାୟୀଙ୍କ ଅଭିଯୋଗ ହେଉଛି, ଆମଠାରୁ ପ୍ରତି ହାଟ ପାଳିରେ ଟଙ୍କା ନିଆଯାଉଛି ଅଥଚ ଏସବୁ ସ୍ଥାନ ସଫା କରାଯାଉନାହିଁ। ପ୍ରତି ହାଟ ପାଳିରେ ଗୋଟିଏ ବୋତଲ ଫିନାଇଲ ପକାଇ ଦୋକାନ ଖୋଲୁଥିଲୁ କିନ୍ତୁ ଆଜି ଫିନାଇଲ କାମ ଦେଉନାହିଁ ବୋଲି ସେମାନେ କହିଛନ୍ତି। ଏଦିଗରେ ସ୍ଥାନୀୟ ପ୍ରଶାସନ ଓ କୁତ୍ରା ସରପଞ୍ଚ ଦୃଷ୍ଟି ଦେଇ ଶୀଘ୍ର ସଫା କରିବାକୁ ଦୋକାନୀ ତଥା ଜନସାଧାରଣ ନିବେଦନ କରିଛନ୍ତି। ଏଥିସହ ହାଟ ରାସ୍ତାକୁ କଂକ୍ରିଟ କରିବା ପାଇଁ ଦାବି ହେଉଛି। ପ୍ରକାଶ ଥାଉକି, ଉକ୍ତ ସାପ୍ତାହିକ ହାଟ ଆଗରୁ ଆର୍‌ଏମ୍‌ସି ସୁନ୍ଦରଗଡ଼ ଅଧୀନରେ ରହିଥିଲା। କିଛି ବର୍ଷ ହେବ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଭୁବନ କୁଜୁରଙ୍କୁ ପଚାରିବାରୁ, ବଜାର ନିଲାମ ପାଇଥିବା ଠିକାଦାରଙ୍କୁ ତାଗିଦ କରିବା ସହିତ ଯଥାଶୀଘ୍ର ଏହା ସଫା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri