Categories: ଫୁରସତ

ଜାହାଜ ଭିତରେ ପୂରା ସହର, ଆସନ୍ତାବର୍ଷ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା…

ଆଜିର ସମୟରେ ଅନେକ ପ୍ରକାରର ବିଳାସପୂର୍ଣ୍ଣ ଜିନିଷ ଉପଲବ୍ଧ। ମାନବ ଜୀବନକୁ ସହଜ କରିବା ପାଇଁ ଏହି ଜିନିଷଗୁଡ଼ିକ ତିଆରି କରାଯାଇଛି। ଏହି ସୃଷ୍ଟିଗୁଡ଼ିକ ଦେଖିବା ପରେ ଅନେକ କଥା ବିଶ୍ୱାସ କରିହୁଏ ନାହିଁ। କିଛି ବର୍ଷ ପୂର୍ବେ ଲୋକମାନେ ସମୁଦ୍ରରେ ଏକ ଛୋଟ କ୍ରୁଜ୍‌ ଦେଇ ଖୁସି ହୋଇଥା’ନ୍ତି। ଚିପ୍ସ ଏବଂ କୋଲ୍ଡ ପାନୀୟ ଗ୍ରହଣ କରୁଥିଲେ। ଏଥିରେ ସବୁକିଛି ହେଉଥିଲା। କିନ୍ତୁ ସମୟ ସହିତ ବିଳାସର ଅର୍ଥ ବଦଳି ଯାଇଛି।

ବର୍ତ୍ତମାନ ଦୁନିଆର ସବୁଠୁ ବଡ଼ ପାଣିଜାହାଜ ଫଟୋ ସାମ୍ନାକୁ ଆସିଛି। ଏହି ଜାହାଜଟି ଏତେ ବଡ଼ ଯେ, ଆଖି ପାଉନି। ପୂରା ସହର ଏଥିରେ ସ୍ଥାପନ କରାଯାଇଛି। ଏହି ଜାହାଜ ଆସନ୍ତା ବର୍ଷ ପାଣିକୁ ଓହ୍ଲାଇବ। ଏହାର ନାମ ହେଉଛି ‘ରୟାଲ କାରିବିୟାନ୍‌ସ ଆଇକନ୍‌ ଅଫ୍‌ ସିଜ୍‌’। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଜାହାଜରେ ଆପଣ ଓ୍ବାଟର ପାର୍କଠାରୁ ଆରମ୍ଭ କରି ୯ଟି ସୁଇମିଂ ପୁଲ୍‌ ପାଇବେ। ସହରରେ ରହିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଏହି ଜାହାଜରେ ଉପଲବ୍ଧ ହେବ।

ଯଦିଓ ଏହି ଜାହାଜ ଆସନ୍ତା ବର୍ଷ ପାଣିକୁ ଓହ୍ଲାଇବ ତେବେ ଏହାର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ପାଲଟିଛି। ଏହି ବିଶାଳ ଜାହାଜ ଅନେକ ଉପାୟରେ ରେକର୍ଡ ଭାଙ୍ଗୁଛି। ଏହା ଭିତରେ ପ୍ରାୟ ୪୦ ରେଷ୍ଟୁରାଣ୍ଟ ମଧ୍ୟ ଅଛି। ଏହି ଜାହାଜ ଫିନଲାଣ୍ଡରେ ନିର୍ମାଣ କରାଯାଇଛି। ବର୍ତ୍ତମାନ ଜାହାଜଟି ନିର୍ମାଣର ଶେଷ ପର୍ଯ୍ୟାୟରେ ଅଛି।

ଯଦି ଆମେ ଏହି ଜାହାଜର ନିର୍ମାଣ ବିଷୟରେ କହିବା, ତେବେ ଏହା ସବୁଠୁ ବଡ଼ ଜାହାଜ। ଏହାର ଓଜନ ୧୦୦୦୦୦ ଟନ୍‌ରୁ ଅଧିକ। ଏହି ଜାହାଜଟି ୨୭ ଲକ୍ଷ ୫୮ ହଜାର ଏବଂ ୮ଶହ ଲୋକଙ୍କ ଓଜନ ସହିତ ସମାନ। ଏହି ଜାହାଜ ନିର୍ମାଣ କରିଥିବା କମ୍ପାନୀ ପୂର୍ବରୁ ଏକ ଜାହାଜ ମଧ୍ୟ ଲଞ୍ଚ କରିଥିଲା। ଆସନ୍ତା ବର୍ଷ ଆରମ୍ଭରେ ଏହି ଜାହାଜ ଲଞ୍ଚ୍‌ କରାଯିବ ବୋଲି କୁହାଯାଉଛି। ଏହା ଉପରେ ୫ ହଜାର ୬୧୦ ଯାତ୍ରୀ ଏକ ସମୟରେ ଯାତ୍ରା କରିପାରିବେ।

Share