ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀ ଗୁରୁତର

ପାଟଣା,୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ମହିଳା ଜଣକ ହେଲେ ସଜନୀ ମୁଣ୍ଡା।
ସୂଚନାନୁଯାୟୀ, ସଜନୀ ବାପଘରେ ରହୁଥିବା ବେଳେ ଗୁରୁବାର ରାତିରେ ଖାଇ ସାରି ହାତ ଧୋଉ ଥିବାବେଳେ ତାଙ୍କ ପଛପଟରୁ କେହି ତୀରମାଡ଼ କରିଥିଲେ। ତୀରଟି ସଜନୀଙ୍କ ପିଠି ପଶି ଆଗକୁ ବାହାରି ପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କରଞ୍ଜିଆ ପରେ କେନ୍ଦୁଝର ହସ୍ପିଟାଲରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଜନୀଙ୍କ ବାପଘର ଲୋକେ ସଜନୀଙ୍କ ସ୍ବାମୀ ତୀରମାଡ଼ କରିଥିବାର ଅଭିଯୋଗ କରିଛନ୍ତି।
ସଜନୀ କିଛି ବର୍ଷ ତଳେ ହରିଚନ୍ଦନପୁର ଥାନା ହାତୀକୁଚାରେ ବିବାହ କରିଥିଲେ। ଦମ୍ପତିଙ୍କ ମଧ୍ୟରେ କଳହରୁ ସଜନୀ ୧ ମାସ ହେବ ବାପଘରେ ରହୁଥିଲେ। ତୀରମାଡ଼ କରି ଘଟଣାସ୍ଥଳରୁ ସ୍ବାମୀ ଫେରାର ହୋଇଯାଇଛନ୍ତି। ସାହାରପଡ଼ା ଫାଣ୍ଡି ଅଧିକାରୀ ଭବାନୀଶଙ୍କର ବାଦି ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ।...

ସରକାରୀ ଜମିରୁ ତୁରନ୍ତ ହଟିବ ବେଆଇନ ଜବରଦଖଲ: ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୮ା୭: ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି...

ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ...

ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା...

ପ୍ୟାରିସ୍‌ ଅଲିମ୍ପିିକ୍ସ ପାଇଁ କିଶୋର ଜେନା,ଅମିତ ରୋହିଦାସଙ୍କୁ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୭: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ...

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ...

ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ...

ଅଟକିଥିବା ରଥ ପୁଣି ଗଡିଲା

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri