Categories: ଖେଳ

ଇଂଲଣ୍ଡ ପାଇଁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମେଲବୋର୍ନ ଗ୍ରାଉଣ୍ଡରେ ହେଉଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍‌ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୭ ରନ୍‌ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଟିମ୍‌ ଇଂଲଣ୍ଡ ପ୍ରଭାବଶାଳୀ ବୋଲିଂ କରିଥିଲା। ପାକିସ୍ତାନର ବ୍ୟାଟିଂ ଲାଇନ ଫ୍ଲପ ରହିଥିଲା। ୬ଜଣ ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ମଧ୍ୟ ଛୁଇଁ ପାରି ନ ଥିଲେ। ଶାନ ମାସୁଦ ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ। ଏଥି ସହିତ କ୍ୟାପଟେନ ବାବର ଆଜମ ୩୨ ରନର ଇନିଂସ ଖେଳିଥିଲେ। ସାମ କରଣ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ତିନିଟି ୱିକେଟ ନେଇଥିଲେ।

Share