Categories: ଖେଳ

ଏସଆରଏଚ ପାଇଁ ୧୪୪ ରନର ବିଜୟ ଲକ୍ଷ୍ୟ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ )ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି।  ମ୍ୟାଚରେ ଏସଆରଏଚ ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିଛି। ଫଳରେ ଏସଆରଏଚ ପାଇଁ ୧୪୪ ରନର ବିଜୟ ଲକ୍ଷ୍ୟ ରହିଛି।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାଓ୍ବନ ୯୯ ରନ କରିଥିବାବେଳେ ସାମ କ୍ୟୁରେନ ୨୨, ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚିପାରି ନ ଥିଲେ।

 

Share