Categories: ଖେଳ

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ରନ…

ମୁମ୍ବାଇ,୨୧।୧୦ : ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଦଳ ଅଧିନାୟକ ଆଡେନ ମାର୍କମଙ୍କ ନେତୃତ୍ୱରେ ବ୍ୟାଟି କରି ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୯୯ ରନ କରିଛି। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ ରନ ରହିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଜ ହେଣ୍ଡରିକ ୮୫ ରନ କରିଥିବାବେଳେ ରାଶି ଭାନେ ଡେର ଦୁସେନ ୬୦ ରନ, ହେନରିଚ କ୍ଲାସେନ ୧୦୯, ମାର୍କୋ ଜାନସେନ ୭୫ ରନ କରିଥିଲେ।

Share