ସ୍ବାମୀ ନିକ୍‌ଙ୍କ ପ୍ରତି ଅଭିଯୋଗ ଆଣିଲେ ଏହି ମହିଳା, ମୁହଁ ଖୋଲିନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କର ଅନେକ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିସହ ତାଙ୍କୁ ଖୁବ୍‌ଶୀଘ୍ର ରାଜକୁମାର ରାଓଙ୍କ ସହ ବଲିଉଡ୍‌ ଫିଲ୍ମ ‘ ଦ ହ୍ବାଇଟ୍‌ ଟାଇଗର’ରେ ଦେଖିବାକୁ ମିଳିବ। ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା। ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ଜୋନାସ ଏବଂ ତାଙ୍କ ଭାଇମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି।

କାରଣ ଜଣେ ମହିଳା ନିକ୍‌ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ମହିଳାଙ୍କ ନାଁ ହେଲା ଟେଲର ଗାରନ। ତାଙ୍କ କହିବା କଥା ଧନ୍ୟବାଦ ଅର୍ପଣ ପରେ ନିକ୍‌ଙ୍କ ଭାଇମାନେ ତାଙ୍କୁ ଥଟ୍ଟା ପରିହାସ କରିଥିଲେ। ସେ ନିକ୍‌ଙ୍କ ଭାଇମାନଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ତିନି ଭାଇ ମିଶି ତାଙ୍କୁ ହଇରାଣ କରିଛନ୍ତି। ସୋସିଆଲ ମିଡିଆରେ ଟେଲରଙ୍କ ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏପର୍ଯ୍ୟନ୍ତ ନିକ୍‌ ବ୍ରଦର୍ସଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ କିମ୍ବା ପ୍ରିୟଙ୍କା ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ବଲିଉଡ୍‌ରୁ ଅଭିନୟ କ୍ୟାରିୟର ଆରମ୍ଭ କରିବା ପରେ ହଲିଉଡ୍‌ରେ ପହଞ୍ଚିଥିବା ଅଭିନେତ୍ରୀ ପ୍ରିୟଙ୍କା ଆଜିକାଲି ଆମେରିକାରେ ସ୍ବାମୀ ନିକ୍‌ଙ୍କ ସହ ସମୟ ବିତାଉଛନ୍ତି। ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ବର୍ତ୍ତମାନ ବଲିଉଡ୍‌ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ ଏବଂ ଦୁଇଟି ହଲିଉଡ୍‌ ଫିଲ୍ମର ଶୁଟିଂ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏର ନାମ ‘ମ୍ୟାଟ୍ରିକ୍ସ-୪ ’ଏବଂ ଅନ୍ୟ ଫିଲ୍ମର ନାମ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share