ପୁରୀ ଅଫିସ,୬।୩: ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ମହିଳା ଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ଅରୁଣା ମିଶ୍ର (୬୫)। ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରବିବାର ପୁରୀ ଆସିଥିଲେ। ଅରୁଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଭିତରବେଢାରେ ଥିବା ଦୀପଷ୍ଟାଣ୍ଡରେ ଦୀପ ଲଗାଉଥିବା ସମୟରେ ତାଙ୍କ ଲୁଗାକାନିରେ ନିଆଁ ଲାଗିଯାଇଥିଲା। ପରେ ଉକ୍ତ ନିଆଁ ବ୍ୟାପିଯିବା ସହ ତାଙ୍କ ଗୋଡରେ ଲାଗିଯାଇଥିଲା। ଫଳରେ ତାଙ୍କ ଗୋଡ ପୋଡ଼ିଯାଇଥିଲା।