Categories: ଫୁରସତ

ସ୍ତନ ବଦଳରେ କାଖରୁ ଝରିଲା ମା’ କ୍ଷୀର, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ସାଧାରଣତଃ ସନ୍ତାନ ପ୍ରସବ ପରେ ମହିଳାଙ୍କ ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମାତ୍ର ପର୍ତ୍ତୁଗାଲରେ ରହୁଥିତ୍ବା ଜଣେ ମହିଳା ସନ୍ତାନ ପ୍ରସବ ପରେ ତାଙ୍କ ଡାହାଣ କାଖରୁ କ୍ଷୀର ଝରିବା ଆରମ୍ଭ କରିଥିଲା। ୨୬ ବର୍ଷୀୟା ଏହି ମହିଳାଙ୍କ ଏପରି ଅବସ୍ଥା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ମହିଳା ନିଜର ଡେଲିଭରିର ଦୁଇଦିନ ପରେ ଡାହାଣ ତାଙ୍କ କାଖ ଦରଜ ହୋଇଥିଲା। ଫଳରେ ସେ ଲିସବନରେ ଥିବା ମାରିଆ ହସ୍ପିଟାଲକୁ ପରୀକ୍ଷା କରାଇବା ପାଇଁ ଯାଇଥିଲେ। ଡାକ୍ତରମାନେ ଯେତେବେଳେ କାଖକୁ ଦବାଇଲେ ସେତେବେଳେ ଏଥିରୁ କ୍ଷୀର ଝରିବା ଆରମ୍ଭ କରିଥିଲା।

ଡାକ୍ତରମାନେ ମହିଳାଙ୍କୁ କହିଛନ୍ତି, ସେ ପଲିମେଷ୍ଟିଆ ନାମକ ଏକ ରୋଗରେ ପୀଡ଼ିତ। ଯେତେବେଳେ କୌଣସି ମହିଳାଙ୍କ ଶରୀରରେ ସ୍ତନ ଟିସ୍ୟୁ ସାମ୍ନାକୁ ଆସିଥାଏ ଏପରି ବିରଳ ଘଟଣା ଦେଖିବାକୁ ମିଳିଥାଏ।

କିଛି ମହିଳାଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଥାଏ। କାରଣ ଏମାନଙ୍କର ଅଧିକ ବ୍ରେଷ୍ଟ ଟିସ୍ୟୁ ସହିତ ନିପଲ ରହିଥାଏ। ଯାହା ଜଣା ପଡ଼ି ନ ଥାଏ। ସନ୍ତାନ ପ୍ରସବ ପରେ ହିଁ ଏହା ଜଣାପଡ଼ିଥାଏ।

ଡାକ୍ତର କହିଛନ୍ତି, ଏଥିରେ ବ୍ୟସ୍ତ ହେବାର ନାହିଁ। ଚାହିଁଲେ ଏହାର ଅସ୍ତ୍ରୋପଚାର କରାଯାଇପାରିବ। ଏହା ୧୦୦୦ ଜଣରେ ଜଣଙ୍କ କ୍ଷେତ୍ରରେ ଏପରି ହୋଇଥାଏ।

Share