ଘରେ ପିଲାଙ୍କୁ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିଲେ ଏହି ମହିଳା, ଜଣାପଡ଼ିବା ପରେ…

କ୍ୱିଭ୍‌,୨୮।୧: ୟୁକ୍ରେନରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ନିଜ ପିଲାଙ୍କୁ ଘରେ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିବାରୁ ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।
ୟୁକ୍ରେନ୍‌ ଉତ୍ତର-ପୂର୍ବ ଅଞ୍ଚଳସ୍ଥିତ ଖାରକ୍ୱିଓ ସହରରେ ୩୦ ବର୍ଷୀୟା ଲିଲିୟା ଗ୍ରେନେକ୍କୋ ନିଜର ଦୁଇ ପିଲା ଏବଂ ମା’ଙ୍କ ସହ ରହୁଥିଲେ। ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ କୁକୁରକୁ ମାରି ଘରେ ରଖିଥିଲେ। ଫଳରେ ଗନ୍ଧରେ ନାକ ଫାଟି ପଡୁଛି। ଖାଲି କୁକୁର ନୁହେଁ, ଅସରପା ଏବଂ ମୂଷାଙ୍କୁ ମାରି ମଧ୍ୟ ରାନ୍ଧୁଥିଲେ।
ସୂଚନାନୁଯାୟୀ, ଏହି ମହିଳାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ଭୋକ ଦାଉରୁ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ଅନ୍ୟ ଉପାୟ ନ ପାଇ ସେ ଏପରି କରୁଥିଲେ। ପୋଲିସ ସୂଚନା ପାଇଁ ତାଙ୍କ ଘରେ ପହଞ୍ଚି ତାଙ୍କର ଦୁଇ ପିଲା ଏବଂ ମାଙ୍କୁ ହସ୍ପିଟାଲ ପଠାଇ ଲିଲିୟାଙ୍କୁ ଗିରଫ କରିଛି।

Share