Categories: ଜାତୀୟ

ମାସ୍କ୍‌ ବାଣ୍ଟିବା ବାହାନାରେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ଟଙ୍କା ମାଗିଲେ ମହିଳା…

ଲକ୍ଷ୍ନୌ, ୨୫।୭: ଜଣେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ମାଗୁଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏହା ଘଟିଛି। ମହିଳାଙ୍କ ଅନ୍ୟ ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ମଧ୍ୟାହ୍ନରେ କରନେଲ୍‌ଗଞ୍ଜ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଗାଡ଼ିରେ ଆସି ୪ ଅପରାଧୀ ମାସ୍କ୍‌ ବାଣ୍ଟିଥିଲେ। ସେମାନଙ୍କ ପାଖରେ ନକଲି ପରିଚୟପତ୍ର ମଧ୍ୟ ଥିଲା। ସେମାନେ ବ୍ୟବସାୟୀ ହରି ଗୁପ୍ତାଙ୍କ ଘର ପାଖରେ ପହଞ୍ଚି ସାନିଟାଇଜର ବାଣ୍ଟିବା ଆରମ୍ଭ କରିଥିଲେ। ସେଠାରେ ଥିବା ହରିଙ୍କ ୫ ବର୍ଷର ପୁଅ ନମୋକୁ ଅପରାଧୀ ଅପହରଣ କରି ନେଇଥିଲେ। ଏହା ପରେ ସେଠାରେ ପଳାଇଥିଲେ। ଅଧଘଣ୍ଟାପରେ ସେମାନେ ହରିଙ୍କୁ ଫୋନ୍‌ କରି ୪କୋଟି ଟଙ୍କା ନ ଦେଲେ ନମୋଙ୍କୁ ଫେରାଯିବ ନାହିଁ ବୋଲି କହିଥିଲେ। ଏହାପରେ ହରି ଥାନାରେ ଏତଲା ଦାଏର କରିଥିଲେ। ଶନିବାର ଏସ୍‌ଟିଏଫ୍‌ ଟିମ୍‌ ଏବଂ ଅପରାଧୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ ୨ ଅପରାଧୀଙ୍କ ଗୋଡ଼ରେ ଗୁଳି ଲାଗିଥିବା କୁହାଯାଉଛି। ଅପହରଣ ଅଭିଯୋଗରେ ପୋଲିସ ଛବି ପାଣ୍ଡେ ନାମକ ମହିଳାଙ୍କ ସହିତ ତାଙ୍କ ସହଯୋଗୀ ସୁରଜ ପାଣ୍ଡେ, ଉମେଶ ଯାଦବ ଏବଂ ଦପୁ କାଶ୍ୟପଙ୍କୁ ଗିରଫ କରିଛି। ପୋଲିସ ଏହି ପ୍ରଶଂନୀୟ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୨ ଳକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

Share