Categories: ଫୁରସତ

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ

ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ ୩୧ ବର୍ଷ। ସେ ତାଙ୍କ ୬୦ ବର୍ଷୀୟ ଶ୍ୱଶୁରଙ୍କୁ ବିବାହ କରିଛନ୍ତି।

ଏରିକା ୨୦୦୯ରେ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଷ୍ଟିନଙ୍କୁ ବିବାହ କରିଥିଲେ। ଏହି ସମୟରେ ତାଙ୍କ ବୟସ ୧୯ ଥିଲା। ବିବାହର ୨ ବର୍ଷ ପରେ ସମ୍ପର୍କ ଖରାପ ହେବାକୁ ଲାଗିଲା। ୨୦୧୭ରେ ଦୁଇଜଣ ପରସ୍ପର ଛାଡ଼ପତ୍ର ନେଇଥିଲେ। ୨୦୧୮ରେ ଶ୍ୱଶୁରଙ୍କୁ ଜେଫ୍‌ଙ୍କୁ ବାହା ହୋଇଗଲେ। ଏବେ ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଛନ୍ତି, ଆମେ ଦୁଇଜଣ ବହୁତ ଖୁସିରେ ଅଛୁ।

Share