Posted inଜାତୀୟ

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ କର୍ମଚାରୀମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ତାଙ୍କ ଶରୀରରେ ହଲଚଲ ନଜର ଆସି ନ ଥିଲା। ସେମାନେ ଏନେଇ ଷ୍ଟେଶନ ମାଷ୍ଟର ମନୋଜ କୁମାର ଝାଙ୍କୁ ଦେଇଥିଲେ। ପରେ ଷ୍ଟେଶନ ମାଷ୍ଟରଙ୍କ ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ମୃତଦେହକୁ ପୋଷ୍ଟମର୍ଟମ କରିବା ଲାଗି ଡେଥ୍‌ ମେମୋ ରେଳ ଜିଆର୍‌ପିକୁ ପଠାଯାଇଥିଲା। ଜୋଗବନି ଷ୍ଟେଶନର ଥାନା ଅଧ୍ୟକ୍ଷ ନୀତିଶ କୁମାର ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଠାଇ ପୋଷ୍ଟ ମର୍ଟମ ପାଇଁ ନେବାକୁ କହିଥିଲେ। ହେଲେ ହଠାତ ଉକ୍ତ ମହିଳାଜଣଙ୍କ ଉଠି ବସି ଯାଇଥିଲେ। ଏହା ଦେଖି ପୋଲିସ ସହ ଆଖପାଖର ଯାତ୍ରୀ ଚକିତ ହୋଇଯାଇଥିଲେ।

ଦେଖିବାରେ ମହିଳାଜଣଙ୍କ ଅସୁସ୍ଥ ନଜର ଆସୁଥିଲେ। ସେ କିଛି କହିପାରୁ ନ ଥିଲେ। ଏହାପରେ ଯାତ୍ରୀମାନେ ଆକ୍ରୋଶରେ ରେଳ ବିଭାଗ କର୍ମଚାରୀଙ୍କୁ ସମାଲୋଚନା କରିଥିଲେ। ଅପରପକ୍ଷେ ଷ୍ଟେଶନୂ ମାଷ୍ଟର ମନୋଜ ସଫେଇ କର୍ମଚାରୀଙ୍କୁ ଜୋରଦାର ଗାଳି ଦେଇଥିଲେ। ତାଙ୍କର ଭୁଲ ଯୋଗୁ ସେ ଜୀବିତ ମହିଳାଙ୍କୁ ମୃତ ବୋଲି ଭାବି ନେଇଥିଲେ। ଷ୍ଟେଶନରେ ଡାକ୍ତରଙ୍କ କୌଣସି ବ୍ୟବସ୍ଥା ନାହିଁ। ନଚେତ ସେ ଡାକ୍ତରଙ୍କୁ ନିଶ୍ଚିତ ଦେଖାଇଥାନ୍ତେ ବୋଲି କହିଥିଲେ।

ସେହିଭଳି ଘଟଣା ପରେ ଅସୁସ୍ଥ ମହିଳାଙ୍କୁ ଅନୁମଣ୍ଡଳୀୟ ଡାକ୍ତରଖାନା ଫରବିସଗଞ୍ଜରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର କହିଥିଲେ ଯେ ମହିଳାଙ୍କୁ ଥଣ୍ଡା ହେବା ସହ ରକ୍ତଚାପ ବଢ଼ିଥିଲା।ଏହି କାରଣରୁ ସେ ହଲଚଲ କରି ପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri