Categories: ଜାତୀୟ

ଅନୈତିକ ସମ୍ପର୍କ ରଖିଥିବା ମହିଳା ବି ହୋଇ ପାରିବେ ଜଣେ ଭଲ ମା’: ହାଇକୋର୍ଟ…

ଚଣ୍ଡିଗଡ଼,୨।୬: ଜଣେ ମହିଳା ଅନୈତିକ ସମ୍ପର୍କ ରଖିଥିଲେ ବି ସେ ଭଲ ମା’ ହୋଇପାରିବେ। ଅନୈତିକ ସମ୍ପର୍କ ଭଲ ମା’ ହେବାକୁ ପ୍ରଭାବିତ କରି ନ ଥାଏ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟ ପକ୍ଷରୁ ଏକ ମାମଲାର ଶୁଶାଣି ସମୟରେ ଏଭଳି କୁହାଯାଇଛି। ଜଣେ ଶିଶୁଙ୍କ କଷ୍ଟଡି ନେଇ ହାଇକୋର୍ଟରେ କରାଯାଇଥିବା ଏକ ଆବେଦନରେ କୋର୍ଟ ଏହା କହିଛନ୍ତି। ଏହା ସହିତ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୧୯୫୬ ହିନ୍ଦୁ ମାଇନରିଟି ଆଣ୍ଡ୍‌ ଗାର୍ଡିଅନ୍‌ଶିପ୍‌ ଆକ୍ଟ୍‌ର ଧାରା ୬ ଅନ୍ତର୍ଗତ ୫ ବର୍ଷ ବୟସ୍କ ଶିଶୁଙ୍କ ନାଚ୍ୟୁରାଲ ଗାର୍ଡିଅନ୍‌ ଭାବେ ମା’ଙ୍କୁ ହିଁ ଗ୍ରହଣ କରାଯାଇଥାଏ। ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ମହିଳା ତାଙ୍କ ସାଢ଼େ ୪ ବର୍ଷ ଶିଶୁକନ୍ୟାଙ୍କ କଷ୍ଟଡି ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଅନ୍ୟମାନଙ୍କ ସହିତ ମହିଳାଙ୍କର ଅନୈତିକ ସମ୍ପର୍କ ଥିବା ଶିଶୁକନ୍ୟାଙ୍କ ପିତା କୋର୍ଟରେ ଅଭିଯୋଗ କରିଥିଲେ। ତେବେ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

Share