ଆଚାର୍ଯ୍ୟ ଚାଣକ୍ୟ ଭାରତର ମହାନ ଜ୍ଞାନୀ ଏବଂ ବିଦ୍ୱାନଙ୍କ ମଧ୍ୟରୁ ଜଣେ ଥିଲେ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିବା ପଛରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। କୁହାଯାଏ ଚାଣକ୍ୟଙ୍କ ନୀତି ଯୋଗୁ ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ। ଚାଣକ୍ୟ ଲେଖିଥିବା ନୀତିରେ ସ୍ତ୍ରୀଙ୍କ ବିଷୟରେ ବହୁତ କିଛି କୁହାଯାଇଛି। ଆଜି ଆମେ ସେହି ନୀତି ବିଷୟରେ କଥା ହେବା ଯେଉଁଥିରେ ସେ ଭାଗ୍ୟଶାଳୀ ସ୍ତ୍ରୀଙ୍କ ବିଶେଷ ଗୁଣ ବିଷୟରେ କହିଛନ୍ତି।
-ଚାଣକ୍ୟ କୁହନ୍ତି ଧାର୍ମିକ ବିଚାର ଥିବା ସ୍ତ୍ରୀଙ୍କୁ ବିବାହ କଲେ ବ୍ୟକ୍ତିର ଭାଗ୍ୟୋଦୟ ହୋଇଥାଏ। ଏଭଳି ସ୍ତ୍ରୀ ଘରକୁ ସ୍ବର୍ଗ କରିଥାଏ। ଯେଉଁ ଘରେ ନୀତି ନିୟମ, ପୂଜା-ପାଠ ହୋଇଥାଏ, ସେହିଠାରେ ଭଗବାନ ବାସ କରନ୍ତି। ଏଭଳି ଘରେ କେବେ କୌଣସି ପ୍ରକାର ଅସୁବିଧା ହୋଇ ନ ଥାଏ।
-ଯେଉଁ ସ୍ତ୍ରୀ ସବୁକିଛିରେ ସନ୍ତୋଷ ଲାଭ କରନ୍ତି ସେ ସ୍ବାମୀଙ୍କ ଭାଗ୍ୟ ବଦଳାଇଥାନ୍ତି। ଜୀବନରେ କୌଣସି ପରିସ୍ଥିତି ଆସୁ ନା କାହିଁକି ଏମାନେ ସ୍ବାମୀଙ୍କ ହାତ କେବେ ବି ଛାଡ଼ି ନ ଥାନ୍ତି। ଏମାନଙ୍କ ଭିତରେ ପରିସ୍ଥିତି ହିସାବରେ ନିଜକୁ ଢ଼ାଳିବାର କ୍ଷମତା ରହିଥାଏ।
-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ଧୌର୍ଯ୍ୟବାନ ହୋଇଥାଏ, ସେ ଜୀବନରେ କେବେ ବି ଅସଫଳ ହୋଇ ନ ଥାଏ। ଏଭଳି ସ୍ତ୍ରୀ ସ୍ବାମୀଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି। କାରଣ ଧୌର୍ଯ୍ୟବାନ ବ୍ୟକ୍ତି କେବେ ବି ଚିନ୍ତିତ ହୋଇ ନ ଥାନ୍ତି।
-କ୍ରୋଧ ବ୍ୟକ୍ତିର ସବୁଠାରୁ ବଡ଼ ଶକ୍ତି। ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ସ୍ତ୍ରୀ ରାଗେ ନାହିଁ ସେ ଘରକୁ ସ୍ବର୍ଗ କରି ରଖିଥାନ୍ତି। ଏଭଳି ସ୍ତ୍ରୀ ରହିବା ଯୋଗୁ ଘର ପରିବାରରେ ସବୁବେଳେ ହସଖୁସିର ମାହୋଲ ଥାଏ।
-ମିଠା କଥା କହୁଥିବା ସ୍ତ୍ରୀଙ୍କୁ ସବୁ ସ୍ଥାନରୁ ସମ୍ମାନ ମିଳେ। ଏଭଳି ସ୍ତ୍ରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରେ ତା’ର ଭାଗ୍ୟ ବଦଳିଯାଏ। ଘର ପରିବାରରେ ସର୍ବଦା ସୁଖଶାନ୍ତିର ପରିବେଶ ବଜାୟ ରହିଥାଏ।