ସାପ କାମୁଡାରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୧୪।୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମର ଜଣେ ମହିଳା ବୁଧବାର ସକାଳେ ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଗ୍ରାମର ଉପେନ୍ଦ୍ର ବିଷୋୟୀଙ୍କ ସ୍ତ୍ରୀ ସଞ୍ଜୁ ବିଷୋୟୀ। ସଞ୍ଜୁ ସକାଳେ ଚାଷ ଜମିରେ କାମ କରୁଥିବା ସମୟରେ ତାଙ୍କ ବାମ ଗୋଡ଼ ଆଙ୍ଗୁଠିକୁ ସାପ କାମୁଡି ଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ
ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ପାଟପୁର ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share