Categories: ଫୁରସତ

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ନିଜେ ନିଜକୁ ବିବାହ କଲେ ଏହି ଯୁବତୀ, ଉତ୍ତରରେ କହିଲେ…

ବିବାହକୁ ନେଇ ଯୁବତୀମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ସାରା ଜୀବନ ସାଥୀଙ୍କ ହାତ ଧରି ବିତିଯାଉ ବୋଲି ସେମାନେ ଚାହିଁଥାନ୍ତି। ହେଲେ ଅନେକ ସମୟରେ ବିବାହକୁ ନେଇ ଅଜବ ଘଟଣାମାନ ସମ୍ମୁଖକୁ ଆସେ। ଏଇ ଯେପରି ନିକଟରେ ଆମେରିକାରେ ଘଟିଥିବା ଏକ ଚର୍ଚ୍ଚିତ ବିବାହ। ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଜଣେ ଯୁବତୀ ନିଜକୁ ବିବାହ କରିନେଇଛନ୍ତି। ଏଥିପାଇଁ ସେ ପାଖାପାଖି ୧ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି। ସେ ହେଲେ ମେଗ ଟେଲର।

ଆଟଲାଣ୍ଟା ସହରରେ ରହୁଥିବା ମେଗ୍‌ ଲାଇଫ୍‌ ଆଣ୍ଡ ବିଜିନେସ୍‌ର କୋଚ୍‌। ୨୦୨୦ ଅକ୍ଟୋବରରେ ବନ୍ଧୁଙ୍କୁ ବିବାହ କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ। ହେଲେ ଜୁନ୍‌ରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏଥିନେଇ ସେ ଭାଙ୍ଗି ପଡ଼ିଥିଲେ। ପରେ ସେ ବିବାହ କରିବା ପାଇଁ କାହାର ଆବଶ୍ୟକତା ନାହିଁ ବୋଲି ଭାବିଥିଲେ। ଏପରିକି ନିଜକୁ ଭଲପାଉଥିବା ଦର୍ଶାଇବାକୁ ଯାଇ ସେ ନିଜକୁ ବିବାହ କରିଥିଲେ।

ବିନା ବରରେ ବିବାହ କରିବାର ଯୋଜନା କରିବାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ। ହେଲେ ପରେ ସେ ପରିବାରଲୋକଙ୍କୁ ମନାଇଥିଲେ। ନିଜ ପାଇଁ ସେ ହୀରାର ଆଙ୍ଗୁଠି କିଣିବା ସହ କେକ୍‌ ଏବଂ ପୋଷାକ ଅର୍ଡର କରିଥିଲେ। ଅନ୍ୟ ବଧୂ ଭଳି ସେ ନିଜ ବିବାହ ମୁଦି ସ୍ବିକାର କରିବା ସହ ଦର୍ପଣରେ ନିଜ ଛବିକୁ ଚୁମ୍ବନ ଦେଇଥିଲେ। ବିବାହର ଅନେକ ଫଟୋ ଭାଇରାଲ ହେବା ପରେ ତାଙ୍କର ଏଭଳି ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି।

Share