ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ

ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ। ସାଧାରଣ ଭାବରେ ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ରର ଶାରୀରିକ ଗଠନ ଅସାଧାରଣ ରହିଛି । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ତାସୀଗୁଡା ଗ୍ରାମର ଗୋପ ମାଝୀଙ୍କ ସ୍ତ୍ରୀ ଗୁରବାରି ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଘରେ ପ୍ରସବ ହୋଇଥିଲେ ମଧ୍ୟ ମାଆର ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି । କିନ୍ତୁ ଜନ୍ମଗ୍ରହଣ କରିଥିବା ଶିଶୁପୁତ୍ରର ମୁଣ୍ଡ ସାଧାରଣ ଶିଶୁଠାରୁ ଅଧିକ ବଡ଼ ଥିବା ବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି। ଶିଶୁର ଓଜନ ୨ କେଜି ୪୦୦ ଗ୍ରାମ ରହିଛି। ତେବେ ଜନ୍ମ ହେବା ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀଙ୍କ ସାହାଯ୍ୟରେ ପ୍ରଥମେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁକୁ ଏସଏନସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି।

Share