ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍ଟିର ବିଶେଷ କ୍ଷତି ହୋଇଥିଲେ ହେଁ ସାମାନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର। ଉକ୍ତ ଟ୍ରକ୍ଟି ଝାଡ଼ଖଣ୍ଡକୁ ଯାଉଥିବା ବେଳେ ଘାଟିରେ ଟ୍ରକ୍ର ବ୍ରେକ୍ ଓ ଷ୍ଟିଅରିଂ କାମ ନ କରିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ବିଷୟ କୁହାଯାଉଛି l ଆହତ ଡ୍ରାଇଭର ଜଣଙ୍କ ଘର ବିହାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।