ରେକ୍ଟମରୁ ବାହାରିଲା ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା

ପ୍ୟାରିସ୍‌ ୨୨।୧୨: ଫ୍ରାନ୍ସର ଟୋଉଲନରେ ଥିବା ସେଣ୍ଟେ ମୁସେ ହସ୍ପିଟାଲରେ ଜଣେ ୮୮ବର୍ଷୀୟ ବୃଦ୍ଧଙ୍କ ରେକ୍ଟମ (ମଳଦ୍ୱାର)ରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା ସଫଳତାର ସହ ବାହାର କରାଯାଇଛି। ତେବେ ଏହି ଅସ୍ତ୍ରୋପଚାର ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ପିଟାଲର କିଛି ଭାଗକୁ ଖାଲି କରିବାକୁ ପଡ଼ିଥିଲା।

ମୋବା ଡିସ୍‌ପୋଜାଲ୍‌ ଟିମ୍‌ ଉପସ୍ଥିତିରେ ଗତ ଶନିବାର ରାତି ପ୍ରାୟ ସାଢ଼େ ୧୧ଟାବେଳେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରୀ ଦଳର ସହଯୋଗ ଓ ବହୁ ସତର୍କତା ଅବଲମ୍ବନ ପରେ ବୃଦ୍ଧାଙ୍କ ମଳଦ୍ୱାରରୁ ବୋମାଟିକୁ ବାହାର କରାଯାଇଥିଲା, ଯାହାର ଲମ୍ବ ୨୦ ସେଣ୍ଟିମିଟର ହୋଇଥିବାବେଳେ ଚଉଡ଼ା ୫ ସେଣ୍ଟିମିଟର । ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା ଡାକ୍ତର କହିଛନ୍ତି।

Share