Categories: ଜାତୀୟ

ରାଜ୍ୟପାଳଙ୍କ ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଏର…

ଚେନ୍ନାଇ,୧।୭ : ତାମିଲନାଡୁରେ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରିବା ପରଠାରୁ ରାଜ୍ୟପାଳଙ୍କୁ ସରକାରଙ୍କ ପକ୍ଷରୁ ଘେରିବା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟପାଳଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ରିଟ ପିଟିଶନ ଦାଖଲ କରାଯାଇଛି। ଦେଶିଆ ମକ୍କଲ ସକତି କାଚିର ସଭାପତି ତଥା ସାମାଜିକ କାର୍ଯ୍ୟକର୍ତ୍ତା ଏମ.ଏଲ ରବିଙ୍କ ଏହି ଆବେଦନ ଦାଖଲ କରିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ କୋର୍ଟକୁ ଯିବା ବିଷୟରେ କହି ସାରିଛନ୍ତି।

ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଗୁରୁବାର ଏକ ନିର୍ଦ୍ଦେଶ ଜାରି କରି ଦୁର୍ନୀତି ଅଭିଯୋଗ ଆସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ତୁରନ୍ତ କ୍ୟାବିନେଟରୁ ବରଖାସ୍ତ କରିଥିଲେ। ବାଲାଜୀ ବିରୋଧରେ ଚାକିରି ପାଇଁ ନଗଦ ଟଙ୍କାଏବଂ ଟଙ୍କା ହେରଫେର ଅଭିଯୋଗ ରହିଛି। ବର୍ତ୍ତମାନ ଇଡି ତାଙ୍କୁ ଗିରଫ କରିଛି କିନ୍ତୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି କ୍ୟାବିନେଟରୁ କୌଣସି ମନ୍ତ୍ରୀଙ୍କୁ ହଟାଇବାକୁ ରାଜ୍ୟପାଳଙ୍କର କ୍ଷମତା ନାହିଁ। ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଯିବାକୁ ସେ ଚେତାବନୀ ଦେଇଛନ୍ତି। ତେବେ ପରେ ରାଜ ଭବନ ସୂତ୍ରରୁ ପ୍ରକାଶ ବାଲାଜୀଙ୍କ ଗିରଫଦାରୀ ସମ୍ପର୍କରେ ରାଜ୍ୟପାଳ ଆଟର୍ନି ଜେନେରାଲଙ୍କ ମତାମତ ନେଉଛନ୍ତି ଏବଂ ଆଇନଗତ ମତ ନ ଆସିବା ପର୍ଯ୍ୟନ୍ତ ବାଲାଜୀଙ୍କୁ ବରଖାସ୍ତ କରାଯିବ ନାହିଁ।

Share