Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଲାପଟପ୍‌ ଚଳାଇ ପାରୁନାହାନ୍ତି, ଶୁଣିଛି ଫୋନ୍‌ ବ୍ୟବହାର ବି ଆସେନା: ଅଖିଳେଶ

ନୂଆଦିଲ୍ଲୀ,୧୩।୧୧: ୟୁପିରେ ଯୋଗୀ ସରକାର ନୁହେଁ ବରଂ ‘ଯୋଗ୍ୟ ସରକାର’ର ଆବଶ୍ୟକତା ରହିଛି। ଯିଏ ଲାପଟପ୍‌ କିପରି ପରିଚାଳନା କରୁଥିବ, ଇଣ୍ଟରନେଟ୍‌ ପରିଚାଳନା କରୁଥିବ। ହେଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲାପଟପ୍‌ ଚଲାଇପାରୁନାହାନ୍ତି। ସେ ଫୋନ କିପରି ପରିଚାଳନା କରିବେ ତାହା ମଧ୍ୟ ଜାଣନ୍ତି ନାହିଁ ବୋଲି କଟାକ୍ଷ କରି କହିଛନ୍ତି
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ।

ଏହାଛଡ଼ା ଭାଜପା ବିକାଶ ନୁହେଁ ବିନାଶ ରାଜନୀତି କରୁଛି। ଏହା ଲୋକଙ୍କୁ ପ୍ରତାରଣା କରିଛି। ଯଦି କେହି ଆଜମଗଡକୁ ବଦନାମ କରୁଛି ତେବେ ସେ ହେଉଛି ଭାଜପା। ଯେଉଁଭଳି ଭାବରେ ସେମାନେ (ବିଜେପି) ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ, ଏହା ଜିଲ୍ଲା ପାଇଁ ଖରାପ ନାମ ଆଣିଥିଲା। ସିଏମଙ୍କ ବିରୋଧରେ ମାମଲା ଥିଲା, ହେଲେ ସେମାନେ ତାକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଅଖିଳେଶ କହିଛନ୍ତି।

Share