ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା

କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ କୂଳରେ ଏକ ଡଙ୍ଗାରେ ଥିବା ଦୁଇଜଣ ଯୁବକ ସାର୍କକୁ ଦେଖିଥିବା କହିଛନ୍ତି। ପରେ ଜରୁରିକାଳୀନ ସେବାକୁ ଡକାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପତ୍ତା ମିଳିନି। ପଶ୍ଚିମ ଅଷ୍ଟ୍ରେଲିଆ ପୋଲିସ କାର୍ଯ୍ୟନିର୍ବାହୀ ଇନ୍ସପେକ୍ଟର ଟ୍ରାଇ ଡଗଲାସ କହିଛନ୍ତି, ଏହା ସାର୍କର କାମ। ପ୍ରତ୍ୟକ୍ଷଦର୍ଶୀଙ୍କ କଥାକୁ ଆଧାର କରି ରିପୋର୍ଟରେ କୁହାଯାଇଛି, ଏହି ଆକ୍ରମଣରେ ଏକ ଧଳା ସାର୍କ ଏବଂ ଟାଇଗର ସାର୍କ ଥିଲେ।

ବର୍ତ୍ତମାନ ସୁଦ୍ଧା ଯୁବକଙ୍କୁ ଖୋଜା ଚାଲିଛି। ତାଙ୍କ ପତ୍ତା ମିଳିନାହିଁ। ଏବେ ଅନ୍ଧାର ହୋଇଆସିଥିବାରୁ ରବିବାର ସକାଳେ ପୁଣି ଖୋଜା ଚାଲିବ ବୋଲି ଡଗଲାସ କହିଛନ୍ତି।

ଡଗଲାସ ପ୍ରତ୍ୟକ୍ଷଦର୍ଶୀ ଯୁବକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଯୁବକମାନେ ତୁରନ୍ତ ଆମକୁ ସୂଚନା ଦେଇଥିଲେ। ପରେ ଅତି କମ୍‌ରେ ପାଞ୍ଚଟି ଓ୍ବାଟର ପୋଲିସ ଏବଂ ଉଦ୍ଧାରକାରୀ ଡଙ୍ଗା ଏବଂ ଦୁଇଟି ହେଲିକପ୍ଟର ଉକ୍ତ ଅଞ୍ଚଳରେ ଘେରି ରହିଥିଲେ ଏବଂ ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ପହଞ୍ଚାଇ ଦିଆଯାଇଥିଲା। ଏହି ଅଞ୍ଚଳର ସମସ୍ତ ବେଳାଭୂମି ବନ୍ଦ ରହିଛି।

Share