ପ୍ରେମିକାଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟି ଆତ୍ମହତ୍ୟା କଲେ ପ୍ରେମିକ

ଦେବଗଡ଼,୮ା୬:ବିଚ୍‌ ରାସ୍ତାରେ ପ୍ରେମିକାଙ୍କ ତଣ୍ଟି କାଟିଦେଲେ ପ୍ରେମିକ। ପ୍ରେମିକାଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ବି କରିଛନ୍ତି ପ୍ରେମିକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୪ ନମ୍ବର ଓ୍ବାର୍ଡ ଗୁରୁସାହିରେ। ଗୁରୁତର ଯୁବତୀ ହେଲେ ଗୁରୁସାହିର ବଂଶୀ କାରିଗରଙ୍କ ଝିଅ ଜହ୍ନ କାରିଗର। ଏଭଳି କାଣ୍ଡ ଘଟାଇ ଥିବା ଯୁବକ ହେଲେ ଗଞ୍ଜାମ ଜିଲା ଭୁସୁଣ୍ଡା ଗ୍ରାମର ସୀମାଞ୍ଚଳ ଶାସମଲ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୀମାଞ୍ଚଳଙ୍କ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଜହ୍ନଙ୍କ ଚିକିତ୍ସା ଚାଲିଛି। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରେମ-ଜନିତ କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

 

Share