Categories: ଫୁରସତ

ଦିଲ୍ଲୀ ମେଟ୍ରୋରେ ‘ଟିଙ୍କୁ ଜିୟା’ ଗୀତରେ ଏମିତି ଡ୍ୟାନ୍ସ କଲେ ଯୁବକ, ଲୋକେ କହିଲେ ଏମିତି ନମୁନା ଆସନ୍ତି କେଉଁଠୁ: ଦେଖନ୍ତୁ ଭିଡିଓ

ପ୍ରତିଦିନ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଆଜିକାଲି ଦିଲ୍ଲୀ ମେଟ୍ରୋରେ ମଧ୍ୟ ରିଲ ତିଆରି କରିବା ପାଇଁ କିଛି ଲୋକ ମାନେ ଏମିତି କିଛି କାର୍ଯ୍ୟ କରୁଛନ୍ତି,ଯାହା ଭାଇରାଲ୍‌ ହୋଇଛି। ଏହି ଦୁଇଟି ଦିଲ୍ଲୀ ମେଟ୍ରୋରେ ମଧ୍ୟ ସମାନ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ଟିଙ୍କୁ ଜିୟା ଗୀତରେ ନାଚୁଛନ୍ତି। ପିଲାଟିର ଡ୍ୟାନ୍ସ ଦେଖିବା ପରେ ତାଙ୍କ ଚାରିପାଖରେ ବସିଥିବା ଲୋକମାନେ ଅଜବ ପ୍ରତିକ୍ରିୟା ଦେବା ଆରମ୍ଭ କରନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓରେ ଜଣେ ଯୁବକ ଅଜବ ପୋଷାକ ସହ ଚଷମା ପିନ୍ଧି ‘ଟିଙ୍କୁ ଜିଆ’ ଗୀତରେ ନାଚୁଛନ୍ତି। ତାଙ୍କ ଚାରିପାଖରେ ବସିଥିବା ଲୋକମାନେ ଏହି ଭୟଙ୍କର ନୃତ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଡ୍ୟାନ୍ସର ଭିଡିଓ ଉପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏମିତି ନମୁନା କେଉଁଠି ଆସନ୍ତ ସବୁ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ କୋଲକାତା ମେଟ୍ରୋରେ ଏପରି ନମୁନା କାହିଁକି ଦେଖୁ ନାହିଁ?

Share