ବନ୍ୟାପାଣିରେ ଭାସିଗଲେ ଯୁବକ

ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି ସୁଅ ଚାଲିଥିବା ବେଳେ ଜଣେ ଯୁବକ ସେହି ପାଣିରେ ରାସ୍ତା ପାରି ହେଉଥିବା ବେଳେ ପ୍ରଖର ସୁଅରେ ଭାସି ଯାଇଛନ୍ତି। ଖବର ପାଇ ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ତୁରନ୍ତ ଓଡ୍ରାଫ ଟିମ୍‌କୁ ଡକାଇ ଘଟଣାସ୍ଥଳରେ ପହଞ୍ଚି ବନ୍ୟାପାଣି ଭିତରେ ସେହି ଯୁବକଙ୍କୁ ଖୋଜାଖୋଜି କରିଛନ୍ତି। ଯୁବକଙ୍କ ବ୍ୟାଗ୍‌ ପାଣି ଭିତରୁ ମିଳିଥିବା ବେଳେ ତାଙ୍କର ପତ୍ତା ମିଳିନାହିଁ। ଯୁବକଙ୍କ ବାପା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାସିଯାଇଥିବା ଯୁବକ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ବୋଲି ଜଣାପଡିଛି। ପ୍ରତିଦିନ ସେ ଭଦ୍ରକ କାମ କରିବାକୁ ଆସନ୍ତି ବୋଲି ତାଙ୍କ ବାପା କହିଛନ୍ତି।

Share