ଆଜିକାଲି ଡିଜିଟାଲ ଶପିଂ ଚାଲିଛି। ଜିନିଷ କିଣିବାଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁକିଛି ଅନ୍ଲାଇନ୍ରେ ହେଉଛି। ଅଷ୍ଟ୍ରେଲିଆର ଜଣେ ଯୁବକ ନିଜର କାର୍ ବିକିବା ପାଇଁ ଇଣ୍ଟରନେଟ୍ରେ କିଛି ଫଟୋ ଶେୟାର କରିଥିଲେ। ମାତ୍ର ତାଙ୍କୁ ଜଣା ନ ଥିଲା କି ଏହି ଫଟୋଗୁଡ଼ିକ ମଧ୍ୟରେ ତାଙ୍କର ନଗ୍ନ ଫଟୋ ଶେୟାର ହୋଇଯାଇଛି। ଏହି ପ୍ରାଇଭେଟ ପାର୍ଟର ବିଜ୍ଞାପନ ସାରା ଦୁନିଆ ଦେଖିଥିଲା। ଫଳରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି।
ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ େଓଲ୍ସରେ ରହୁଥିବା ଏହି ଯୁବକ ଜଣକ ନିଜର କାର୍ ୨୦୧୧କୁ ନିସାନ୍ ନାଭାରା ବିକିବାକୁ ଚାହୁଁଥିଲେ। ସେଥିପାଇଁ ସେ ଏକ ଓ୍ବେବ୍ସାଇଟ୍ରେ କିଛି ଫଟୋ ଅପଲୋଡ୍ କରିଥିଲେ। ଏହି ଯୁବକ ଜଣକ କହିଛନ୍ତି, କାର୍ଟି ୯୬ ହଜାର ୩୦୦ କିଲୋମିଟର ଗଡ଼ିସାରିଛି। ସେ ଏହାକୁ ୨୨ ହଜାର ଡଲାରରେ ବିକିବେ ବୋଲି ବିଜ୍ଞାପନ ଦେଇଥିଲେ। ସେ ପ୍ରାୟ ୪୦ଟି ଫଟୋ ଅପ୍ଲୋଡ୍ କରିଥିଲେ। କିଛି ୟୁଜର କାର୍ର ଫଟୋ ଦେଖିବାରେ ଲାଗିଲେ। ମାତ୍ର ଏହି ଫଟୋଗୁଡ଼ିକ ମଧ୍ୟରେ ଯୁବକଙ୍କ ଏକ ଅଶ୍ଳୀଳ ଫଟୋ ଥିଲା। ଯାହା ତାଙ୍କ ପ୍ରାଇଭେଟ ପାର୍ଟର ଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋ ଭାଇରାଲ ପରେ ଲୋକେ ଯୁବକଙ୍କୁ ଟ୍ରୋଲ କରିବାରେ ଲାଗିଲେ। ଜଣେ ୟୁଜର ଲେଖିଛନ୍ତି, ଯେତେବେଳେ ରାସ୍ତାରେ ନିସାନ ଗାଡ଼ି ଦେଖିବେ ସେତେବେଳେ ତ ମୁଣ୍ଡ ଖରାପ ହୋଇଯିବ। ପ୍ରଥମେ ବ୍ରାଉନ୍ ନାମକ ଏକ ଟୁଇଟର ପେଜ୍ ଏହାକୁ ନଜର କରିଥିଲା। ଏହା ପରେ ଚାରିଆଡ଼େ ବ୍ୟାପି ଯାଇଥିଲା। ଯୁବକଜଣକ ଅନ୍ଲାଇନ୍ ବିଜ୍ଞାପନ ଡିଲିଟ୍ କରିଦେଇଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେ କାର୍ ବିକିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।