ସୁଧ ଟଙ୍କା ପାଇଁ ଜୀବନ ହାରିଲେ ଯୁବକ

ଉଦଳା, ୭।୮(ସନ୍ତୋଷ କୁମାର ବାଚ୍ଛିନୀ): ସୁଧ ଟଙ୍କା ଦେଇ ନ ପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଡିବାସାହି ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଦୀପକ କୁମାର ପାତ୍ର। ସୂଚନା ଅନୁଯାୟୀ, ଦୀପକ ରାଜ୍ୟ ବାହାରେ ରହି କାର୍ଯ୍ୟ କରନ୍ତି। ଗତ ମାର୍ଚ୍ଚ ୧୦ ତାରିଖରେ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ସେ ଗ୍ରାମର ଜଣେ ମହିଳାଙ୍କଠାରୁ ୧୦ହଜାର ଟଙ୍କା ୫ଟଙ୍କା ସୁଧରେ ଆଣିଥିଲେ। ବିବାହ ପରେ ପୁଣି ସେ ନିଜର କର୍ମସ୍ଥଳୀକୁ ଚାଲିଯାଇଥିଲେ। ବିବାହର ୩ ମାସ ପରେ ତାଙ୍କ ବାପା ନିତ୍ୟାନନ୍ଦ ପାତ୍ରଙ୍କର ମୃତ୍ୟୁ ହେବାରୁ ସେ ଶୁଦ୍ଧିକ୍ରିୟା ନିମନ୍ତେ ଗାଁକୁ ଆସିଥିଲେ। ଶୁଦ୍ଧି କର୍ମ ସାରି କର୍ମସ୍ଥଳକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୁଧରେ ଟଙ୍କା ଦେଇଥିବା ମହିଳା ଓ ତାଙ୍କ ପୁଅ ଟଙ୍କା ମାଗିବା ସହ ସମସ୍ତଙ୍କ ସମ୍ମୁଖରେ ଦୀପକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ନିଜକୁ ଲଜ୍ଜିତ ମନେ କରି ଦୀପକ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତିି ନେଇଥିଲେ। ପରିବାର ଲୋକେ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ ତାଙ୍କ ଶୋଇବା ଘରେ ବେକରେ ଶାଢ଼ି ବାନ୍ଧି ଝୁଲି ପଡ଼ିଥିଲେ। ଖବରପାଇ କପ୍ତିପଦା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଅନ୍ୟପକ୍ଷରେ ସୁଧ ଟଙ୍କା ପାଇଁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ମୃତ ଦୀପକ ପାତ୍ରଙ୍କ ଭାଇ ଅଶୋକ କୁମାର ପାତ୍ର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୯୪/୨୪) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri