ରୋଜଗାର କରିବାକୁ ଯାଇ ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଯୁବକଙ୍କ ଜୀବନ, ଗାଁକୁ ଆସି ପାରିଲାନି ମୃତଦେହ

ପାଟଣା,୧୩ା୬(ବୀରକିଶୋର ଦାଶ): ବେଳେବେଳେ ଆତ୍ମୀୟଙ୍କ ଅନ୍ତିମ ଦର୍ଶନ ବି ପରିବାର ଲୋକେ କରିପାରନ୍ତି ନାହିଁ। ମୃତଦେହ ଆସିବାରେ ଅର୍ଥ ବାଧକ ସାଜେ। ଜଣେ ଓଡ଼ିଆ ଯୁବକ ରୋଜଗାର ଆଶାରେ ବେଙ୍ଗାଲୁରୁ ଯାଇ ମୃତ୍ୟୁ ଘଟିବା ପରେ ଗାଁକୁ ମୃତଦେହ ଆସି ପାରିଲା ନାହିଁ।
ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥୀପୁରରେ। ଦାଶରଥୀପୁରର ରମାକାନ୍ତ ତନ୍ତୀଙ୍କ ପୁଅ ଟଙ୍କଧର(୩୬)ଙ୍କ ବେଙ୍ଗାଲୁରୁରେ ଗତ ରବିବାର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ମୃତ୍ୟୁ ଘଟିଥିଲା। ତେବେ ଅର୍ଥ ଅଭାବ ଯୋଗୁ ଗାଁକୁ ମୃତଦେହ ଆସି ପାରି ନ ଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଟଙ୍କଧର ରୋଜଗାର ଆଶାରେ ଦୁଇବର୍ଷ ତଳେ ବେଙ୍ଗାଲୁରୁର ତୁମୁକୁରଠାରେ ଏକ ଗ୍ରୀସ ଏଜେନ୍ସି ପକ୍ଷରୁ ସ୍କୋୟାର ଗାର୍ଡ ସିକ୍ୟୁରିଟି ସର୍ଭିସରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ଗତ ରବିବାର ହଠାତ୍‌ ସେ ଅସୁସ୍ଥ ଅନୁଭବ କରିବାରୁ ସାଙ୍ଗସାଥୀମାନେ ତାଙ୍କୁ ତୁମକୁର ସରକାରୀ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କୁ ସ୍ଥାନୀୟ ପୋଲିସ ଖବର ଦେବା ପରେ ସାନ ଭାଇ ସୁବାସ ବେଙ୍ଗାଲୁରୁ ଯାଇ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଟାଉନ ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ କରିଥିଲା। ତେବେ ଅର୍ଥ ଅଭାବରୁ ମୃତଦେହ ଗାଁକୁ ଆଣିବା ପାଇଁ ପରିବାର ଲୋକେ ଅସମର୍ଥ ହେବାରୁ ସେଠାରେ ବୁଧବାର ମୃତଦେହ ସତ୍କାର କରାଯାଇଥିବା ସାନଭାଇ ସୁବାସ କହିଛନ୍ତି। ଟଙ୍କଧର ରୋଜଗାର ଆଶାରେ ବେଙ୍ଗାଲୁରୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ଅର୍ଥାଭାବ ଯୋଗୁ ମରଶରୀର ଗାଁକୁ ଆସି ପାରି ନ ଥିବାରୁ ପରିବାର ଲୋକଙ୍କ ସହ ବିଧବା ସ୍ତ୍ରୀ ଏବଂ ୭ ବର୍ଷର ପୁଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri