ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କପିଳେଶରପୁର (ବାଲିଗାଁ)ଗ୍ରାମର ମାନସ ମହାପାତ୍ର ଓରଫ ସୁକୁଟା (୩୦)।
ସ୍ଥାନୀୟ ପୋଲିସ ସୂଚନାନୁଯାୟୀ, ମଙ୍ଗଳବାର ଭୋର୍‌ରୁ ଉକ୍ତ ଗ୍ରାମର ରିତା ମୁଦୁଲି ନାମକ ଜୈନକା ମହିଳା ଘରେ ଶୋଇଥିବା ସମୟରେ ତାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମାନସ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଧରା ପଡ଼ିଯିବା ଭୟରେ ମାନସ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିବା ନିରାକାରପୁର ଥାନା ସବ୍‌ଇନ୍ସପେକ୍ଟର ଦୀପଲିଶା ନାୟକ ସୂଚନା ଦେଇଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ କେସ୍‌ ନଂ ୧୯୧/୨୪ରେ ବିଭିନ୍ନ ମାମଲା ରୁଜ କରାଯାଇ ମାନସଙ୍କୁ ଗିରଫ କରାଯାଇ ଡାକ୍ତର ମାଇନା ପରେ କୋର୍ଟକୁ ପଠେଇ ଦେଇଛନ୍ତି ବୋଲି ତଦନ୍ତ କରି ଅଧିକାରୀ ନାୟକ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ଗିରଫ ମାନସ ମହାପାତ୍ର ଜଣେ ବିବାହିତ ଓ ଏକ ସନ୍ତାନର ମଧ୍ୟ ଜନକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।