ବାର୍ଥଡେ ପାର୍ଟିରେ ଲୁହା ରଡ଼ରେ ପିଟି ଯୁବକଙ୍କୁ ହତ୍ୟା

ନୂଆଗାଁ, ୧୦।୧: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି କଦମଟୋଲା ବସ୍ତିରେ ଶନିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ଜନୈକ ବ୍ୟକ୍ତିଙ୍କ ଘରେ ଜନ୍ମଦିନ ପାଳନ ଅବସରରେ ଗଣ୍ଡଗୋଳ ଘଟି ଜୁଏଲ ସୁରିନ(୪୦) ନାମକ ଜଣେ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରାଯାଇଛି। ପୋଲିସ ଅଭିଯୁକ୍ତ ଯୁବକ ସୁଜନ ସୁରିନ(୪୧)ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। କଦମଟୋଲା ବସ୍ତିରେ ଜନ୍ମଦିନ ପାଳନ ଅବସରରେ ନାଚଗୀତ ଚାଲୁଥିଲା। ଏହି ସମୟରେ କୌଣସି ଘଟଣାକୁ ନେଇ ଉକ୍ତ ବସ୍ତିର ଜୁଏଲ ଓ ସୁଜନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ଉତ୍ତେଜିତ ହୋଇ ସୁଜନ ଏକ ଲୁହା ରଡରେ ଜୁଏଲଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଏଥିରେ ଜୁଏଲ ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ହାତୀବାରି ଥାନାରେ ଏକ ମାମଲା (ନଂ. ୪/୨୧) ରୁଜୁ ହୋଇଛି।

Share